Below header

ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

ପୁଣି ବଢ଼ିଲା ସୁନା ଦର । ଗତ କିଛି ଦିନ ପୂର୍ବରୁ ଏହାର ଦାମ୍ ଆକାଶଛୁଆଁ ରହିଥିବା ବେଳେ ଏବେ ଏହାର ଦାମରେ କିଛି କମ୍ ହୋଇଛି। ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତୀକର ହୋଇଛି । ତୁଳନା କଲେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୭୫୦ ଟଙ୍କା ବଢି ୫୦,୦୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୭୫୦ ଟଙ୍କା ବଢି ୪୯,୦୦୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ବୃଦ୍ଧି ଘଟିଥିବା ଜଣାଯାଇଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୯୦ ଟଙ୍କା ବଢି ୫୨,୫୩୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦାମ୍ ୪୮,୧୬୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ ବି ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୦,୦୦୦ଟଙ୍କା ଓ ୪୯,୦୦୦ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର ୫୩,୩୫୦ଟଙ୍କା ଓ ୪୮,୯୦୦ଟଙ୍କା ଥିବା ଜଣାଯାଇଛି । ସେପଟେ ଚେନ୍ନାଇରେ ୫୨,୫୩୦ ଟଙ୍କା ଓ ୪୮,୧୬୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୫୨,୪୧୦ଟଙ୍କା ଓ ୪୯,୫୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.