ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନ ସଚେତନତା ଅଭିଯାନ

ଭୁବନେଶ୍ବର: ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନ ସଚେତନତା ଅଭିଯାନ । କୋଭିଡ୍‌ ମାହମାରୀ ନେଇ ଦଳ ପକ୍ଷରୁ ନଭେମ୍ବର ୨ ତାରିଖ ଯାଏ ରାଜ୍ୟବ୍ୟାପୀ ଏହା ଚାଲିବ । ଏନେଇ ଦଳର ସବୁ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଞ୍ଚାୟତସ୍ତରରେ ଗାଁ ଲୋକଙ୍କୁ ମାସ୍କ ବଣ୍ଟନ ଓ ବ୍ୟବହାର ନେଇ ସଚେତନ କରାଇବେ ଦଳୀୟ ବିଧାୟକ । ସଂକ୍ରମଣକୁ ରୋକିବା ନେଇ ଲୋକଙ୍କୁ ସତର୍କ କରାଇବେ ଦଳୀୟ ନେତା । କୋଭିଡ୍‌ ନିୟମ ପାଳନ, ଟେଷ୍ଟିଂରେ ସହଯୋଗ, ଠିକ ସମୟରେ ଚିକିତ୍ସା, କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବେ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ସହିତ ସାମିଲ ହୋଇ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରୁ ଆଗେଇ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.