ଆଳି ରାଜବାଟୀଠାରେ ଉତ୍ସବ ସହକାରେ ଚାଲିଛି ଶାରଦୀୟ ଦୁର୍ଗାପୂଜା, ୪୦୦ ବର୍ଷର ପରମ୍ପରା ରହିଛି ବଜାୟ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ରାଜବାଟୀଠାରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ହେଲେ ଏହି ଦୁର୍ଗାପୂଜାର ସ୍ବତନ୍ତ୍ରତା ଟିକେ ନିଆରା । ଏଠାରେ ଭିନ୍ନ ଢଙ୍ଗରେ ଓ ଉତ୍କଳର ପରମ୍ପରା ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଥାଏ। ଆଜକୁ ୪୦୦ ବର୍ଷ ହେବ ଆଳି ରାଜପରିବାର ପୂଜାକୁ ଉତ୍ସବ ସହକାରେ ପାଳନ କରିଆସୁଛନ୍ତି। କୋଭିଡ଼ କଟକଣା ସରକାରଙ୍କ ଗାଇଡ଼ି ଲାଇନ ଅନୁଯାଇ ଏହି ନିଆରା ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାରେ ହେଉଛି ଦୂର୍ଗା ପୂଜା। ଆଳି ରାଜାଙ୍କ ଦ୍ବାରା ଅନୁଷ୍ଠିତ ଏହି ନିଆରା ପୂଜାରେ ବିଧି ଅନୁଯାୟୀ ବେଲ୍ବବରଣୀ,ବଳିଦାନ,ମାଛବଳି ସହିତ ସମସ୍ତ କାର୍ଯ୍ଯ ରାଜାଙ୍କ ତତ୍ୱାବଧାନରେ ହୋଇଥାଏ । ପୂଜାରେ ରାଜାଙ୍କୁ ପରମ୍ପରା ଅନୁଯାୟୀ ନିଜ ଉଆସରୁ ରାଜକୀୟ ବସ୍ତ୍ର ପରିଧାନ କରି ପୂଜା ମଣ୍ଡପ ପାଛୋଟି ଅଣାଯାଇଥାଏ। ଏବଂ ରାଜା ନିଜେ ସଂକଳ୍ପ କରିଥାନ୍ତି ।

durga puja ali 1ଆଳି ରାଜବାଟି ଠାରେ ହେଉଥିବା ଶାରଦୀୟ ଦୁର୍ଗାପୂଜ ଆଜକୁ ୪୦୦ ବର୍ଷ ହେବ ରାଜ ପରିବାର ସଦସ୍ଯ ମାନେ ପାଳନ କରିଆସୁଛନ୍ତି ।ଏହି ପୂଜା କାର୍ଯ୍ଯ ଦୀର୍ଘ ୯ ଦିନ ଧରି ଚାଲୁ ରହିଥାଏ । ନବ ପତ୍ରିକା ପୂଜାଠାରୁ ନବ ରାତ୍ର ଯାଏ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ଏହି ନିଆରା ପୂଜାକୁ ଦେଖିବା ପାଇଁ ବେଶ୍ ଶ୍ରଦ୍ଧାଳୁଙ୍କ ଭିଡ ଜାମିଥାଏ । ସମୟ କ୍ରମରେ ଧୀରେ ଧୀରେ ପରମ୍ପରା ବୁଡି ଯାଉଥିବା ବେଳେ ଆଳି ରାଜା ବାଟିର ଦୂର୍ଗା ପୂଜା ବଙ୍ଗୀୟ ଓ ଉତ୍କଳର ପରମ୍ପରାକୁ ଉଜ୍ଜିବୀତ ରଖିଛି।

Leave A Reply

Your email address will not be published.