ଆସୁଛି ପାର୍ବଣ, ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ କଟକ ସହର
କଟକ(କେନ୍ୟୁଜ୍): ଆସୁଛି ପାର୍ବଣ। ଏବେଠାରୁ ସଜେଇ ହେଲାଣି କଟକ ସହର। ବିଭିନ୍ନ ପୂଜା କମିଟି ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି। ପୋଲିସ ପ୍ରଶାସନ ଓ ଶାନ୍ତି କମିଟି ମଧ୍ୟରେ ଘନଘନ ବୈଠକ ବସୁଛି। ପୂଜାକୁ ସୁରୁଖୁରୁରେ ସାରିବାକୁ ସବୁ ଉଦ୍ୟମ ହେଉଛି। ସେପଟେ କିନ୍ତୁ ରାସ୍ତାଘାଟ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଜାଇକା ପ୍ରକଳ୍ପ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଖୋଳାଯାଇଛି। ତାକୁ ତିଆରି କରାଯାଉନି। କଟକ ସହରର ମୁଖ୍ୟ ରାସ୍ତା ଲିଙ୍କରୋଡ୍ଠାରୁ ବାଦାମବାଡି ବସ୍ଷ୍ଟାଣ୍ଡ ପର୍ୟ୍ୟନ୍ତ ରାସ୍ତା, ମରଣ ଜନ୍ତା ପାଲଟିଛି। ସେହିପରି କଲେଜ ଛକ, ହସ୍ପିଟାଲ ରୋଡ୍ ଇତ୍ୟାଦି ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ। ପୂଜା ସମୟରେ କଟକ ସହରରେ ଟ୍ରାଫିକ ସମସ୍ୟା ଅଧିକ। ଭିଡ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥାଏ। ଏହାରି ଭିତରେ ଖରାପ ରାସ୍ତାଘାଟ ସମସ୍ୟାକୁ ଆହରି ବଢାଇ ଦିଏ। ଯାହାକୁ ନେଇ କଟକବାସୀ ଓ ପୂଜା କମିଟି କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି।