Below header

ସମୟ ପୂର୍ବରୁ ପିରିୟଡସ୍‌ ହୋଇଗଲା ଏବଂ ଆପଣଙ୍କ ପାଖରେ ପ୍ୟାଡ୍‌ ନାହିଁ ତେବେ ଏମରଜେନ୍ସୀରେ କଣ କରିବେ ଜାଣନ୍ତୁ

ଆପଣଙ୍କ ସହିତ ଏମିତି ହୋଇଛି କି ଆପଣଙ୍କ ମାସିକ ଋତୁସ୍ରାବ ସମୟ ପୂର୍ବରୁ ହୋଇଯାଇଛି ଏବଂ ଆପଣଙ୍କ ପାଖରେ ସେହି ସମୟରେ ସାନିଟାରୀ ନାପକିନ୍‌ ନାହିଁ। ତେବେ ଆପଣ ଆପଣଙ୍କ ସାଙ୍ଗକୁ ପ୍ୟାଡ ମାଗି ପାରିବେ କିନ୍ତୁ ଯଦି ସେ ସେହି ସମୟରେ ଆପଣଙ୍କ ପାଖରେ ନାହାନ୍ତି ଏବଂ ଯଦି ବି ଅଛନ୍ତି ତାଙ୍କ ପାଖରେ ମଧ୍ୟ ପ୍ୟାଡ୍‌ ନାହିଁ, ତେବେ ଏମିତି ପରିସ୍ଥିତିରେ ଆପଣ କଣ କରିବେ କିଛି ଜାଣିପାରନ୍ତି ନାହିଁ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଏମରଜେନ୍ସୀ ସମୟରେ ଜୁଗାଡ କେମିତି କରିବେ ଏବଂ ସମସ୍ୟାରୁ ମୁକ୍ତି ପାଇପାରିବେ।

padରୁମାଲ – ଆପଣଙ୍କ ବ୍ୟାଗରେ ରୁମାଲ ତ ନିଶ୍ଚୟ ଥିବ, ତେବେ ଚିନ୍ତା କଣ ପାଇଁ। ରୁମାଲକୁ ଫୋଲଡ୍‌ କରି ପ୍ୟାଡ୍‌ ଭଳି ବ୍ୟବହାର କରିପାରିବେ।

ଟଏଲେଟ ରୋଲ – ବାହାରେ ଯେଉଁମାନେ ରହୁଛନ୍ତି ତାଙ୍କ ଟଏଲେଟରେ ଟଏଲେଟ ପେପର ରହିଥାଏ। ସେହି ପେପରକୁ ମୋଡି ପ୍ୟାଡ୍‌ ସ୍ଥାନରେ ଏହାକୁ ପ୍ରୟୋଗ କରିପାରିବେ। କିଛି ସମୟ ପାଇଁ ଆପଣ ଚିନ୍ତାମୁକ୍ତରେ ରହିପାରିବେ ଏବଂ ସେହି ସମୟ ବ୍ୟବଧାନରେ ଆପଣ ନାପକିନର ବ୍ୟବସ୍ଥା କରିଦେବେ।

sanitaryମୋଜା – ଯଦି ପିରିୟଡର ସ୍ରାବ ଅଧିକ ହେଉଛି ଏବଂ ଟଏଲେଟ ପେପର ଦ୍ୱାରା କାମ ହେଊନାହିଁ ତେବେ ସାନିଟାରୀ ନାପକିନ ସ୍ଥାନରେ ମୋଜାର ବ୍ୟବହାର କରିପାରିବେ। ଟଏଲେଟ ପେପରରେ ମୋଜାକୁ ଗୋଡାଇ ଏହାକୁ ପ୍ରୟୋଗ କରିପାରିବେ।

ଓ୍ଵାଶକ୍ଲଥ୍‌ – ଯଦି ଘରେ ସାନିଟାରୀ ନାପକିନ ସରିଯାଇଛି ଏବଂ ଆପଣଙ୍କୁ ବାହାରକୁ ଯିବାକୁ ପଡିବ। ତେବେ ଆପଣ କଣ କରିବେ? ସେହି ସମୟରେ ଆପଣ ଓ୍ଵାଶକ୍ଲଥର ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.