୨୦୨୦ ମସିହା ମେ ୧୭ରେ ହେବ ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଥିବା ୨୩ଟି ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ ବା ଆଇଆଇଟିରେ ପ୍ରବେଶ ପାଇଁ ଆଡ଼ଭାନ୍ସଡ଼ ପରୀକ୍ଷା ଆସନ୍ତା ବର୍ଷ ମେ ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।  ଏ ବର୍ଷ ଏହି ପ୍ରବେଶିକା ପରୀକ୍ଷାର ଆୟୋଜନ ଦିଲ୍ଲୀ ଆଇଆଇଟି ତରଫରୁ କରାଯିବ ।  କିନ୍ତୁ ଏଥର ପ୍ରଥମ ଥର ପାଇଁ ଆମେରିକାର ସାନଫ୍ରାନସିସ୍କୋ ଠାରେ କେନ୍ଦ୍ର ସ୍ଥାପନ କରାଯିବ ।  ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀ ଆଇଆଇଟିରେ ଅନୁଷ୍ଠିତ ସଂଯୁକ୍ତ ପ୍ରବେଶ ବୋର୍ଡର ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସାଂସ୍କୃତିକ ବିବିଧତାକୁ ବଢାଇବା ପାଇଁ ସମସ୍ତ ଆଇଆଇଟି ଏକମତ ହୋଇ ୫ଟି ଦେଶରେ କେନ୍ଦ୍ର ସ୍ଥାପନ ପାଇଁ ସ୍ଥିର କରିଛନ୍ତି । ଏଣୁ ଏହି ବର୍ଷ ପ୍ରଥମ ଥର ଆମେରିକାରେ କେନ୍ଦ୍ର କରାଯିବ ।

 

ଏହା ସହ ପଢନ୍ତୁ: ମୋବାଇଲରେ ବ୍ୟସ୍ତ ଥିଲେ ଛାତ୍ର, ଶ୍ରେଣୀଗୃହରେ ପ୍ରିନ୍ସିପାଲ ହାତୁଡ଼ିରେ ଛେଚି ଭାଙ୍ଗିଲେ ୧୬ଟି ଫୋନ

ଏ ବିଷୟରେ ଦିଲ୍ଲୀ ଆଇଆଇଟି ର ମୁଖ୍ୟ ପ୍ରଫେସର ରାମ ଗୋପାଳ ରାଓ କହିଛନ୍ତି ଯେ ଆମେରିକାର ସାନଫ୍ରାନସିସ୍କୋ ରେ ବହୁ ସଂଖ୍ୟାରେ ଆଇଆଇଟିର ପୂର୍ବ ଛାତ୍ର ରହୁଛନ୍ତି। ତାଙ୍କ ମାଧ୍ୟମରେ ସେଠାକାର ଅଧିବାସୀଙ୍କ ମଧ୍ୟରେ ଏହି ପରୀକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦିନକୁ ଦିନ ବଢୁଛି ।  ଏଣୁ ଏହିପରି ଏକ ନିଷ୍ପତି ନିଆଯାଇଛି । ଭାରତ ଓ ଆମେରିକା ବ୍ୟତୀତ ୟୁଏଇ,ବାଂଲାଦେଶ,ନେପାଳ ଓ ସିଙ୍ଗାପୁର ରେ ମଧ୍ୟ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ । ବୋର୍ଡ ଏହା ମଧ୍ୟ ସ୍ଥିର କରିଛନ୍ତି ଯେ ଜେଇଇ ଆଡ଼ଭାନ୍ସଦ ପାଇଁ ଏହି ବର୍ଷ ମୋଟ ୨,୫୦,୦୦୦ ପିଲାଙ୍କୁ ଚୟନ କରାଯିବ । ଏହା ଜେଇଇ ମେନ ପରୀକ୍ଷା ଆଧାରରେ ହିଁ କରାଯିବ।  ୨୦୨୦ ମସିହା ମେ ୧୭ ତାରିଖରେ ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷାର ପ୍ରଥମ ପେପର ସକାଳ ୯ ଠାରୁ ଦିନ ୧୨ ପର୍ଯ୍ୟନ୍ତ ଓ ୨ୟ ପେପର ଦିନ ୨.୩୦ ଠାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହା ଦ୍ୱାରା ଦିବ୍ୟାଙ୍ଗ ପିଲାଙ୍କୁ ଅଧିକ ସମୟ ମିଳିବା ସହ କେନ୍ଦ୍ରରେ ବାୟୋମେଟ୍ରିକ କାମ ପାଇଁ ମଧ୍ୟ ଯଥେଷ୍ଟ ସମୟ ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.