Below header

ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ, ନିଜ ହାତ ରନ୍ଧା ପରସିଥିଲେ କାଫେକୁ ଚଳାଉଥିବା ମିଶନ ଶକ୍ତି ମାଆ

ଡେରାବିଶ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିଛନ୍ତି । କାଫେକୁ ଚଳାଉଥିବା ମିଶନ ଶକ୍ତି ମାଆ ମାନେ 5T ସଚିବଙ୍କୁ ନିଜ ହାତ ରନ୍ଧା ପରସିଥିଲେ । ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ସହିତ ମିଶନ ଶକ୍ତିର ମାଆ ମାନେ ଭି. କେ. ପାଣ୍ଡିଆନଙ୍କ ମାଧ୍ୟମରେ ଭିଡିଓ କଲରେ କଥା ହୋଇଥିଲେ ।

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ । ପାଟକୁରା, କେନ୍ଦ୍ରାପଡା, ରାଜନଗର ଓ ମହାକାଳପଡ଼ାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଡେରାବିଶ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିଛନ୍ତି । କାଫେକୁ ଚଳାଉଥିବା ମିଶନ ଶକ୍ତି ମାଆ ମାନେ 5T ସଚିବଙ୍କୁ ନିଜ ହାତ ରନ୍ଧା ପରସିଥିଲେ । ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ସହିତ ମିଶନ ଶକ୍ତିର ମାଆ ମାନେ ଭି. କେ. ପାଣ୍ଡିଆନଙ୍କ ମାଧ୍ୟମରେ ଭିଡିଓ କଲରେ କଥା ହୋଇଥିଲେ ।

ମିଶନ ଶକ୍ତି କାଫେକୁ ସୁଜାତା କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ମହିଳା ମାନେ ନିମନ୍ତ୍ରଣ କରିଥିଲେ । ମିଶନ ଶକ୍ତି ନିର୍ଦ୍ଦେଶିକା ଖୁବଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଫାଇଭ ଟି ସଚିବଙ୍କ ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡାର ଝିଅ । ଓଡ଼ିଆ ଘରର ରୀତିନୀତି ଅନୁଯାୟୀ ଜ୍ଵାଇଁ ଘରକୁ ଆସିଲେ ଯେମିତି ଚର୍ଚ୍ଚା ହୋଇଥାଏ ଡେରାବିଶ ମିଶନ ଶକ୍ତିର ମହିଳା ମାନେ ଆଜି ଭି କେ ପାଣ୍ଡିଆନଙ୍କୁ ସେମିତି ଚର୍ଚ୍ଚା କରିଥିଲେ । 5Tସଚିବ କେନ୍ଦ୍ରାପଡାର ଜ୍ୱାଇଁ ହୋଇଥିବାରୁ ତାଙ୍କୁ ଜ୍ୱାଇଁ ଚର୍ଚ୍ଚା କରିଥିଲୁ ବୋଲି ଡେରାବିଶ ମିଶନ ଶକ୍ତି ସଦସ୍ୟା ମାନେ କହିଛନ୍ତି । ଏନେଇ ମିଶନ ଶକ୍ତି ମହିଳାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି କଳିଙ୍ଗ ଟିଭି କଟକ ଜୋନାଲ ହେଡ ବିଭୁତି ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.