ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିଲା Doppler ରାଡ଼ାର

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଲାଗିଲା Doppler Very High Frequency Omni Range ବା DVOR । ଡିଜିସିଏଙ୍କ ଦ୍ୱାରା ଅନୁମୋଦିତ ଏହି ଯନ୍ତ୍ର ପରୀକ୍ଷାମୂଳକ ଭାବରେ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବିମାନବନ୍ଦର ନିର୍ମାଣ ହେବା ପରେ ଗତ ଫେବ୍ରୁଆରୀ ମାସରେ ଏହି ଯନ୍ତ୍ର ଲଗାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିଲା। ଫଳରେ ଖରାପ ପାଗରେ ବାତିଲ ହେଉଥିଲା ବିମାନ ଉଡ଼ାଣ। ଏବେ DVOR କାର୍ଯ୍ୟକ୍ଷମ ହୋଇଥିବାରୁ ବିମାନ ଅବତରଣରେ ସମସ୍ୟା ଦୂର ହେବ। ତେବେ Instrumental Landing System ବା ILS କେବେ ଲାଗିବ ଓ କାର୍ଯ୍ୟକ୍ଷମ ହେବ ତାହା ପ୍ରଶ୍ନବାଚୀ। କାରଣ ILS କେବେ ଲାଗିବ ଓ କାର୍ଯ୍ୟକ୍ଷମ ହେବ ତାହା ପ୍ରଶ୍ନବାଚୀ। କାରଣ ILS ଲାଗିବା ପାଇଁ ୧୨୨ ଏକର ଜମି ଆବଶ୍ୟକ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ଯନ୍ତ୍ର ଝାରସୁଗୁଡ଼ା ବିମାନବନ୍ଦରରେ ଲଗାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ। ବିମାନ ବନ୍ଦରରେ ଖରାପ ପାଗରେ ରନେଓ୍ଵ ଦେଖିବା ପାଇଁ ବ୍ୟବହୃତ ଯନ୍ତ୍ର ILS (Instrumental Landing System) ଝାରସୁଗୁଡ଼ାରେ ନାହିଁ ।

Leave A Reply

Your email address will not be published.