Below header

ନିୟମ ଉଲଙ୍ଘନ କରୁଥିବା ଗାଡି ଚାଳକ ସାବଧାନ, ବାରମ୍ବାର ନିୟମ ଭଙ୍ଗ କଲେ ଦେବାକୁ ପଡିବ ଅଧିକ ଜରିମାନା

ନିୟମ ଉଲଙ୍ଘନ କରୁଥିବା ଗାଡି ଚାଳକ ସାବଧାନ । ଏଣିକି ବାରମ୍ବାର ନିୟମ ଭଙ୍ଗ କଲେ ଦେବାକୁ ପଡିବ ଅଧିକ ଜରିମାନା । ଆଜି ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ଆରମ୍ଭ ହେଲା ଇ-ଚାଲାଣ ଯୋଜନା । ପରିବହନ ବିଭାଗର ଏକ କାର୍ଯ୍ୟକ୍ରମରେ ଇ-ଚାଲାଣ ଯୋଜନାକୁ ପରିବହନ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଓଡିଶାରେ ଥିବା ୩୫ ଟି ଆରଟିଓ କାର୍ଯ୍ୟାଳୟର ୧୯୪ ଜଣ ଏପଫୋର୍ସମେଣ୍ଟ ଅଫିସରଙ୍କୁ ଇ-ଚାଲାନ ଡିଭାଇସ ଦିଆଯାଇଛି । ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏହି ମେସିନ ଦିଆଯିବା ସହିତ ସେ ବିଷୟରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।

ଏହି ଇ-ଚାଲାଣ ମେସିନ ପରିବହନ କମିଶନରଙ୍କ କାର୍ଯ୍ୟାଳୟର ସରଭର ସହିତ ଅନଲାଇନ ସଂଯୋଗ ରହିଛି ।ଚାଳକମାନଙ୍କ ଜରିମାନା ର ସମସ୍ତ ତଥ୍ୟ ରହିବ ଏବଂ ମେସିନରୁ ଦେୟ ଦାଖଲ ପରେ ଅନଲାଇନ ପ୍ରିଣ୍ଟ ବାହାରିବ । ଏଟିଏମ କାର୍ଡ ମାଧ୍ୟମରେ ମଧ୍ୟ ଜଣେ ଜରିମାନା ଦାଖଲ କରିପାରିବ । ଏଥିରେ ପରିବହନ ସଚିବ, କମିଶନର,ଏନଆଇସିର କର୍ତ୍ତୃପକ୍ଷ,ଏଚଡିଏଫସି କତ୍ତୃପକ୍ଷଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.