Below header

ଆବେଦନକାରୀଙ୍କ ପାଇଁ ଖୁସି ଖବର ! ମାତ୍ର ୪ ଘଣ୍ଟାରେ ମିଳିବ ପାନ୍ କାର୍ଡ଼

ନୂଆଦିଲ୍ଲୀ : ଡିସେମ୍ବର ୫ ତାରିଖରୁ ପାନ କାର୍ଡ଼ ବ୍ୟବସ୍ଥାରେ ହେବାକୁ ଥିବା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆବେଦନକାରୀଙ୍କ ପାଇଁ ପୁଣି ଆସିଛି ଖୁସି ଖବର। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକଙ୍କୁ ଆବେଦନ କରିବାର ମାତ୍ର ୪ ଘଣ୍ଟା ମଧ୍ୟରେ ମିଳିଯିବ ପାନ୍ କାର୍ଡ । ଏବଂ ଏଥିପାଇଁ ଆବେଦନକାରୀଙ୍କର କେବଳ ଆଧାରକାର୍ଡର ଆବଶ୍ୟକ ପଡିବ। ତେବେ ଏହାକୁ ଆସନ୍ତା ବର୍ଷ ଲାଗୁ କରାଯିବା ନେଇ ସୂଚନା ରହିଛି।

pan-aadhar

ସିବିଡିଟିର ଚେୟାରମ୍ୟାନ୍ ସୁଶୀଲ ଚନ୍ଦ୍ରାଙ୍କ କହିବା ଅନୁଯାୟୀ, ଆୟକର ବିଭାଗ ମାତ୍ର ୪ ଘଣ୍ଟାରେ ଲୋକଙ୍କୁବ ପାନ୍ କାର୍ଡ ଯୋଗାଇବ, ସେନେଇ ଯୋଜନା ଆରମ୍ଭ ହୋଇଗଲାଣି । ଏଥିସହ ପୂର୍ବ ନିୟମକୁ ସଂଶୋଧିତ କରାଯାଇଛି। ନୂତନ ନିୟମରେ, ଏବେ ସିଙ୍ଗଲ ପ୍ୟାରେଣ୍ଟଙ୍କୁ ଆଉ ପିତାଙ୍କ ନାମ ଫର୍ମରେ ଉଲ୍ଲେଖ କରିବା ଜରୁରୀ ନୁହଁ। ସିବିସିଡ଼ି ଦ୍ବାରା ପରିବର୍ତ୍ତିତ ଏହି ନିୟମକୁ ଗତ ୫ ତାରିଖରୁ ଲାଗୁ କରାଯାଇଛି। ତେବେ ଏହାର ଅଧିକ ସୂଚନା ପାଇଁ ଆପଣ ଆୟକର ବିଭାଗର ୱେବସାଇଟରେ ପାଇପାରିବେ।

pancard-6

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଗତ ୨୦୧୭ ମସିହା ଏପ୍ରିଲ ମାସରେ ସିବିଡିଟି ଇ-ପାନ୍ ସୁବିଧା ଆରମ୍ଭ କରିଥିଲା । ଫଳରେ ଆବେଦନକାରୀ ଇମେଲ୍ ଆଇଡି ଜରିଆରେ ପାନ୍ କାର୍ଡର ପିଡିଏଫ୍ ଫର୍ମାଟ ପାଇପାରିବେ । ଏହା ଦ୍ବାରା ଆବଶ୍ୟକ ସ୍ଥଳରେ ଆବେଦନକାରୀମାନେ ନିଜ ଇ-ମେଲ୍ ଆଇଡିରୁ ଇ-ପାନ୍ ଡାଉନଲୋଡ୍ କରି ଏହାକୁ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.