Below header

ଜନ୍ମ ଓ ମୃତ୍ୟୁର ଏ କିଭଳି ସାର୍ଟିଫିକେଟ୍ ? ହାତ ମାରୁ ମାରୁ ଲିଭିଯାଉଛି ପ୍ରମାଣପତ୍ରରୁ ପ୍ରମାଣ #KnewsodishaExclusive

କଟକ : ଆପଣ କଟକ ମହାନଗର ନିଗମରେ ଜନ୍ମ ପ୍ରମାଣପତ୍ର ତିଆରି କରୁଛନ୍ତି କି ? ଯଦି ହଁ ତେବେ କରନ୍ତୁ ନାହିଁ । ନଚେତ୍ ହାଇରାଣ ହୋଇପାରନ୍ତି । କାରଣ କୌଣସି ମୁହୂର୍ତ୍ତରେ ଏହା ଲିଭିଯାଇପାରେ । ହାତ ମାରୁ ମାରୁ ଲିଭିଯାଉଛି ପ୍ରମାଣପତ୍ରରୁ ପ୍ରମାଣ । ସିଏମସି କାଉନସିଲରେ ଅଭିଯୋଗ ଯେ ପ୍ରମାଣପତ୍ରରେ ବ୍ୟବହୃତ କାଳି ଅତି ନିମ୍ନମାନର ।

ଖୋଦ୍ ଶାସକଦଳର କର୍ପୋରେଟର୍ ଉଠାଇଛନ୍ତି ଏହି ପ୍ରସଙ୍ଗ । କଟକରେ ଏସସିବି ମେଡିକାଲ୍ ଏବଂ ଶିଶୁ ଭବନ ସମେତ ରହିଛି ଦୁଇ ଶହରୁ ଅଧିକ ନର୍ସିଂହୋମ୍ । ଏହି ସବୁ ମେଡିକାଲରେ ହେଉଥିବା ଜନ୍ମ ଏବଂ ମୃତ୍ୟୁର ଦାୟିତ୍ୱ କଟକ ମହାନଗର ନିଗମ ଉପରେ। କିନ୍ତୁ ସର୍ବସାଧାରଣଙ୍କ ଅତି ଦରକାରୀ ହେଉଥିବା ଏହି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଯେଭଳି ପ୍ରସ୍ତୁତ ହେଉଛି ତାକୁ ନେଇ ସମସ୍ତ ଦଳର କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି ।

କଟକ ମହାନଗର ନିଗମର ମାସିକିଆ କାଉନସିଲ ବୈଠକରେ ଏଭଳି ଅଭିଯୋଗ ଆସିବା ପରେ ଘଟଣାର ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଏମସି ମେୟର । କାଳି ଯୋଗାଉଥିବା ଏଜେନସିକୁ କଳାତାଲିକାଭୁକ୍ତ କରିବା ସହ ସଂପୃକ୍ତ ଏଜେନସି ସହ ଚୁକ୍ତି ବାତିଲ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମେୟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.