ଯାଜପୁର (କେନ୍ୟୁଜ୍) : କାର୍ତ୍ତିକେଶ୍ବର ମେଢ଼ ଭସାଣିବେଳେ ଯାଜପୁର ଜିଲ୍ଲା ଛତିଆ ଠାରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ। ଗତ ମଙ୍ଗଳବାର ଦିନ ରାତିରେ ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଫଳରେ ବହୁ ଗାଡି ଗୁଡିକ ଭାଙ୍ଗିରୁଜି ଯାଇଥିଲା। ଖବର ପାଇ ବୈରୀ ପୋଲିସ ଘଟଣା ସ୍ଥଳରେ ପହଁଚି ପରିସ୍ଥିତିକୁ ଆୟତ କରିଥିଲା। ତେବେ ବୁଧବାର ଦିନ ଗୋଟିଏ ଗୋଷ୍ଠିର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହାର ପ୍ରତିବାଦରେ ଅନ୍ୟ ଏକ ଗୋଷ୍ଠୀର ମହିଳାମାନେ ଆଜି ବୈରି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।