Below header

ହକି ବିଶ୍ୱ କପ୍‌ : ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ମ୍ୟାଚ୍‌ ୨-୨ ଗୋଲ୍‌ରେ ଡ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍‌ରେ ଆଜି ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ମଧ୍ୟରେ ୨-୨ ଗୋଲ୍‌ରେ ଡ୍ର ରହିଛି ।
ମଧ୍ୟାନ୍ତର ପୂର୍ବରୁ ସ୍ପେନ୍‌ ୨ଟି ଗୋଲ୍‌ ଦେଇ ଆଗୁଆ ଥିଲା । ତେବେ ଚତୁର୍ଥ କ୍ୱାର୍ଟରରେ ମାତ୍ର ୬ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଡ୍ର ରଖିଥିଲା । ସ୍ପେନ୍‌ର ଆଲବର୍ଟ ବେଲଟ୍ରାନ୍‌ ୯ ମିନିଟ୍‌ରେ ଏବଂ ଆଲଭାରୋ ଇଗଲେସିଆସ ୨୭ ମିନିଟ୍‌ରେ ଗୋଲ୍‌ ସ୍କେର କରିଥିଲେ । ୫୦ ଓ ୫୬ ମିନିଟ୍‌ରେ ଯଥାକ୍ରମେ ହେଡେନ୍‌ ଫିଲିପ୍ସ ଏବଂ କେନ୍‌ ରସେଲ୍‌ ନ୍ୟୁଜିଲାଣ୍ଡ ତରଫରୁ ଗୋଲ୍‌ ଦେଇ ଖେଳ ଅମୀମାଂସିତ ରଖିଥିଲେ । ପୁଲ୍‌ ‘ଏ’ର ଏହି ମ୍ୟାଚ୍‌ ଡ୍ର ରଖି ନ୍ୟୁଜିଲାଣ୍ଡ ମୋଟ୍‌ ୩ଟି ମ୍ୟାଚ୍‌ରୁ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ସ୍ପେନ୍‌ ମାତ୍ର ୨ ପଏଣ୍ଟ ପାଇଛି । ଉଭୟ ଦଳର ଗ୍ରୁପ୍‌ ପର୍ଯ୍ୟାୟ ଖେଳ ଶେଷ ହୋଇଛି । ସ୍ପେନ୍‌ର ଯୋଶେଫ ରୋମେଉ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

କୁମ୍ବଲେଙ୍କ ପ୍ରଶଂସା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱ କପ୍‌ ଆୟୋଜନକୁ ପ୍ରଶଂସା କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ । ସେ ଷ୍ଟାଡିୟମ୍‌ ଭିତରେ ସେଲଫି ଉଠାଇବା ସହ ପ୍ରଶଂସା କରି ଟ୍ଵିଟ୍‌ କରିଛନ୍ତି । କୁମ୍ବଲେ ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.