ଆଜିିଠୁ ରାଜ୍ୟର ୫ଟି ସ୍ଥାନରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍‌, ଭିଡିଓ କନଫରେନ୍‌ସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଇକୋ ରିଟ୍ରିଟ୍‌ର ମଜା । ପଞ୍ଚତାରକା ହୋଟେଲ ସମେତ ଭାସମାନ ରେଷ୍ଟୁରାଣ୍ଟରେ ବସି ଖାଇବାର ଅନୁଭୂତି ନେଇପାରିବେ । ଆଜିିଠୁ ରାଜ୍ୟର ୫ଟି ସ୍ଥାନରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। କୋଣାର୍କ ମେରାଇନ ଡ୍ରାଇଭ ସମେତ ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଏବଂ ସାତକୋଶିଆରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇ ପାରିବେ ପର୍ଯ୍ୟଟକ ।

ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ରହିବା ପାଇଁ ତିଆରି ହୋଇଛି ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ଘର । ୮ ହଜାର ଟଙ୍କାରେ ପଞ୍ଚତାରକା ହୋଟେଲର ସୁବିଧା ପାଇବେ ପର୍ଯ୍ୟଟକ । କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ   ଯୋଗ ଦେଇଥିଲେ। ଆସନ୍ତାକାଲିଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ।

ସେହିପରି ଭିତରକନିକାର ନଳିତା ପାଟିଆଠାରେ ଅନୁଷ୍ଠିତ ହେଉଛି ଇକୋ ରିଟ୍ରିଟ । ପର୍ଯ୍ୟଟକ ଭିତରକନିକା ପରିଭ୍ରମଣ ସହ ଜଳଯାତ୍ରା କରିବାର ସୁଯୋଗ ମିଳିବ । ପର୍ଯ୍ୟଟକଙ୍କ ପାଇଁ ୨୧ଟି ଅସ୍ଥାୟୀ ତମ୍ବୁ ପ୍ରସ୍ତୁତ କରାଯାଇଛି । ବିଳାସପୂର୍ଣ୍ଣ କଟେଜ୍‌ ସହ ଭାସମାନ ରେଷ୍ଟୁରାଣ୍ଟରେ ଖାଇବାର ସୁବିଧା । ଏଥିପାଇଁ ଭିନ୍ନ ଭିନ୍ନ ପ୍ୟାକେଜ ରହିଛି ।

eco retreat1

ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକଙ୍କ ପାଇଁ ୫୦ଟି ତମ୍ବୁ ଘର ନିର୍ମାଣ କରାଯାଇଛି। ଏହି ଇକୋ ରିଟ୍ରିଟରେ କୋଭିଡ ଗାଇଡ଼ଲାଇନ କଡାକଡି ଭାବେ ପାଳନ କରାଯିବା ସହ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ । ଫେବୃୟାରୀ ୨୮ରେ ଶେଷ ହେବ ଇକୋ ରିଟ୍ରିଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.