Below header

କୃଷକଙ୍କୁ ସରକାର ପଠାଇଲେ ଲିଖିତ ୫ଟି ସଂଶୋଧିତ ପ୍ରସ୍ତାବ, ଜାଣନ୍ତୁ ସେଗୁଡିକ ବିଷୟରେ

କେନ୍ୟୁଜ୍(ବ୍ୟୁରୋ): କୃଷକଙ୍କୁ ସରକାର ପଠାଇଲେ ଲିଖିତ ସଂଶୋଧିତ ପ୍ରସ୍ତାବ । କୃଷକଙ୍କ ଦାବିକୁ ନେଇ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଲୋଚନା ପରେ ପ୍ରସ୍ତାବ ପଠାଯାଇଛି । ନୂଆ କୃଷି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ହୋଇଛି । ୫ଟି ସଂଶୋଧନ ପ୍ରସ୍ତାବକୁ କୃଷକଙ୍କ ପାଖକୁ ପଠାଯାଇଛି । ମଣ୍ଡି ବ୍ୟବସ୍ଥା ରହିବ । କୃଷକଙ୍କ ପାଇଁ ରହିବ ଫାଷ୍ଟ ଟ୍ରାକ କୋର୍ଟ । ଘରୋଇ କମ୍ପାନୀ ରେଜିଷ୍ଟ୍ରେସନ କରିବାକୁ ହେବ ଓ ସେମାନଙ୍କ ଉପରେ ଲାଗିବ ଟ୍ୟାକ୍ସ । APMC ଆକ୍ଟରେ ପରିବର୍ତ୍ତନ ହେବ ।

ସର୍ବନିମ୍ନ ସହାୟକ ମୂଲ୍ୟ ରହିବା ନେଇ ସଂଶୋଧନ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ପ୍ରସ୍ତାବ ଉପରେ ଚାଷୀଙ୍କ ବୈଠକ ଆରମ୍ଭ ହୋଇଛି । ସିଙ୍ଘୁ ବୋର୍ଡରରେ ବୈଠକ ଚାଲିଛି । କେନ୍ଦ୍ରର ନୂଆ କୃଷି ଆଇନ ପ୍ରତ୍ୟାହାର ଜିଦ୍‌ରେ ଅଡି ବସିଛନ୍ତି ଚାଷୀ । ଆଜି ୧୪ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ସେପଟେ କୃଷକଙ୍କ ଦାବି ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ। କୃଷି ଆଇନ ରବ୍ଦ ଆମର ଦାବି, ସଂଶୋଧନ ନୁହେଁ । ସରକାର ଯଦି ନିଜ ଜିଦ୍‌ରେ ଅଟଳ, ଆମେ ବି ନିଜ ଜିଦ୍‌ରେ ଅଟଳ ବୋଲି କହିଛନ୍ତି ଚାଷୀ ନେତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.