Below header

ମହାଦେବ ଆପ ସ୍କାମରେ ପ୍ରଥମ ଚାର୍ଜ ସିଟ ଦାଖଲ କଲା ED, କୌଣସି ସେଲିବ୍ରିଟିଙ୍କ ନାଁ ନାହିଁ

ରାୟପୁର ସ୍ଵତନ୍ତ୍ର PMLA କୋର୍ଟରେ ଦାଖଲ ହୋଇଛି ଏହି ଚାର୍ଜ ସିଟ୍ । ୮୮୮୭ ପୃଷ୍ଠାର ଚାର୍ଜ ସିଟରେ ୧୯୭ ପୃଷ୍ଠା ଅପରେଟିଭ ପାର୍ଟ ରହିଛି। ଏଥିରେ ସଂସ୍ଥାର ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରକର ଓ ରବି ଉପଲଙ୍କ ସମେତ ୧୪ ଜଣଙ୍କ ନାଁ ରହିଛି।

କେନ୍ୟୁଜ୍(ବ୍ୟୁରୋ): ବହୁ ଚର୍ଚ୍ଚିତ ମହାଦେବ ଆପ ସ୍କାମରେ ED ପ୍ରଥମ ଚାର୍ଜ ସିଟ ଦାଖଲ କରିଛି। ରାୟପୁର ସ୍ଵତନ୍ତ୍ର PMLA କୋର୍ଟରେ ଦାଖଲ ହୋଇଛି ଏହି ଚାର୍ଜ ସିଟ୍ । ୮୮୮୭ ପୃଷ୍ଠାର ଚାର୍ଜ ସିଟରେ ୧୯୭ ପୃଷ୍ଠା ଅପରେଟିଭ ପାର୍ଟ ରହିଛି। ଏଥିରେ ସଂସ୍ଥାର ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରକର ଓ ରବି ଉପଲଙ୍କ ସମେତ ୧୪ ଜଣଙ୍କ ନାଁ ରହିଛି। ପ୍ରଥମ ଚାର୍ଜ ସିଟରେ କୌଣସି ସେଲିବ୍ରିଟିଙ୍କ ନାଁ ନାହିଁ। ୬୦୦୦ କୋଟିରୁ ଅଧିକ ପ୍ରୋସିଡସ୍ ଅଫ କ୍ରାଇମ୍ ଦର୍ଶାଯାଇଥିବା ବେଳେ ୪୧ କୋଟି ଟଙ୍କା ପ୍ରାଥମିକ ସ୍ତରରେ ଆଟାଚ ହୋଇଛି ।

ସୌରଭ ରବିଙ୍କ ନାଁରେ NBW ଜାରି ହୋଇଛି। CBI ମାଧ୍ୟମରେ ଇଣ୍ଟର ପୋଲ ରେଡ଼ କର୍ଣ୍ଣର ନୋଟିସ ପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି। ଦୁବାଇରୁ ଏହା ଅପରେଟ ହେଉଛି। ସୌରଭଙ୍କ ବାହାଘରରେ ୨୦୦ରୁ ଅଧିକ ଟଙ୍କା ହୋଇଥିଲା। ପ୍ରାଇଭେଟ୍ ଜେଟରେ ଅନେକ ସେଲେବ୍ରିଟି ଯାଇଯୋଗ ଦେଇଥିଲେ। ବହୁ କଳାକାର ଏହାର ପ୍ରମୋଟର ରହିଛନ୍ତି। ରଣବିର କପୂର୍, ଶ୍ରଦ୍ଧା କପୂର୍, ହୁମା କୁରେସୀ ଭଳି ସେଲିବ୍ରିଟିଙ୍କୁ ED ସମନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.