ଧରଣୀକୁ ଢାଙ୍କିଲା କୁହୁଡି, ମୟୁରଭଞ୍ଜ ଜିଲ୍ଲାରେ ଶୀତର ଲହରୀ
ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପରବାରା କାମୁଡାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ସହିତ କରଞ୍ଜିଆ ଉପଖଣ୍ଡରେ ଥଣ୍ଡା ସହିତ କୁହୁଡି ଦେଖିବାକୁ ମିଲିଛି ।
କେନ୍ୟୁଜ୍(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ପାରଦ, ଖସୁଛି ବଢୁଛି ଶୀତ । ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପରବାରା କାମୁଡାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ସହିତ କରଞ୍ଜିଆ ଉପଖଣ୍ଡରେ ଥଣ୍ଡା ସହିତ କୁହୁଡି ଦେଖିବାକୁ ମିଲିଛି ।
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ଗୁଡିକରେ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକମାନେ । ସକାଳେ କିମ୍ବା ରାତିରେ ଶୀତର ପ୍ରକୋପ ବେସି ଦେଖିବାକୁ ମିଳୁଛି । ଏବେ ଚା ଖଟିରେ ଭିଡ଼ ଦେଖିବାକୁ ମିଲୁଛି ।