Below header

କଟକରୁ ନକଲି କୋଭିଡ ମେଡିସିନ୍ ଜବତ ମାମଲା, ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କଟକ :

ସମସ୍ତ ଅର୍ଥ କାରବାରର ଖୋଳତାଡ଼ କରିବ ଇଡି । ନକଲି ଔଷଧ କାରବାର ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଶିବ ପ୍ରସନ୍ନଙ୍କ କମ୍ପାନୀ ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର ସହ ଷଡ଼ଯନ୍ତ୍ର କରି ଫାଭିମାକ୍ସ ଟାବଲେଟ୍କୁ ବହୁତ କମ ଦାମରେ କିଣିଥିବା ନେଇ ଅଭିଯୋଗ ହୋଇଥିଲା ।

ପ୍ରତି ଷ୍ଟ୍ରିପ୍କୁ ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ବିକ୍ରି ଯୋଜନା କରିଥିଲା ମେଡିଲୋୟଡ ମେଡିକାମେଣ୍ଟ । ଏହି ମାମଲାରେ ଏସଟିଏଫ ଟିମ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.