Below header

ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ୟୁନିଭରସିଟ

ଭୁବନେଶ୍ୱର(କେନ୍ୟୁଜ୍‌) : ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ୟୁନିଭରସିଟ । ଆରମ୍ଭ ହେବ ଅଫ୍ଲାଇନ ପାଠପଢା । ଉଚ୍ଚଶିକ୍ଷା ବିଭାଗ ଅଧୀନ କଲେଜ ଓ ୟୁନିଭର୍ସିଟିରେ ଆରମ୍ଭ ହେବ ଅଫ୍ଲାଇନ ପାଠପଢା। ପିଜି ପ୍ରଥମ ବର୍ଷ, ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ହେବ ପାଠପଢ଼ା । ୧୬ରୁ କ୍ଲାସ୍ରୁମ୍ ପାଠପଢ଼ା ନେଇ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ତେବେ UG/PG ଫାଇନାଲ ପରୀକ୍ଷା ଅନ୍ଲାଇନ ମୋଡରେ ହେବ। ଶ୍ରେଣୀଗୃହ ପାଠ ପଢା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ ଉଚ୍ଚସ୍ତରୀୟ ବୈଠକରେ ଶ୍ରେଣୀଗୃହ ପାଠପଢା ସହ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।

କୋଭିଡ ମୁକାବିଲା ପାଇଁ କ୍ୟାମ୍ପସରେ ସମସ୍ତ ପ୍ରକାଶ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜର ୟୁଜି ଓ ପିଜି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନଲାଇନ୍ରେ ଚାଲିଛି। ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.