କମିଛି ଦୈନିକ ସଂକ୍ରମଣ : ଗତ ୨୪ ଘଣ୍ଟାରେ ୧୨୦୮ ନୂଆ କେସ୍‌,କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍‌ ଜୋନରେ

ଭୁବନେଶ୍ୱର :  ଦେଶ ତୁଳନାରେ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି । କମିବାରେ ଲାଗିଛି ଦୈନିକ ସଂକ୍ରମଣ ହାର । ଗତକାଲି ୧୩୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧ ହଜାର ୨୦୮ ନୂଆ କେସ୍ ଆସିଛି। ୩୦ ଜିଲ୍ଲାରେ ପଜିଟିଭ୍ ରେଟ୍ ୫ ପ୍ରତିଶତ ତଳେ ରହିଛି। ଆକ୍ଟିଭ୍ କେସ୍ ରେଡ୍ ଜୋନ୍ରେ କେବଳ ଖୋର୍ଦ୍ଧା ଜିଲ୍ଲା ରହିଛି।

ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ ରେଟ୍ ରହିଛି ୧.୭୪ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୨ ପ୍ରତିଶତ । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୧୩ ହଜାର ୦୬ । ରାଜ୍ୟରେ ୨୮ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି । ଗତ ସପ୍ତାହରେ କଟକ, ପୁରୀ ଓ ଖୋର୍ଦ୍ଧାରେ ଯାହା ସଂକ୍ରମଣ ସଂଖ୍ୟା ଥିଲା। ତାହା ଏବେ କମିଛି।

କୌଣସି ମହାମାରୀରେ କେସ୍ ବଢିବା, କମିବା ଏକ ନିୟମିତ ଧାରା। କିଛି ରାଜ୍ୟରେ ସଂକ୍ରମଣ ବଢିଛି, କିଛି ରାଜ୍ୟରେ କମିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।