କମିସନରେଟ ପୋଲିସ ହାତରେ ଶିକ୍ଷିତ ଠକ, OLXରେ ଗାଡି ବିକ୍ରି କରିବା ନାଁରେ ଲୋକଙ୍କୁ ଠକୁଥିଲା

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ । ପେସା କିନ୍ତୁ OLXରେ ଗାଡି ବିକ୍ରି କରିବା ନାଁରେ ଠକେଇ। କମିଶନରେଟ ପୋଲିସ ହାତରେ ଧରା ପଡ଼ିଛି ଠକ ତୃପ୍ତି ରଞ୍ଜନ ଦାସ। ୩ଟି ମାମଲାରେ ୫୦ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ବେଳେ ତା ନାଁରେ ୪୦ରୁ ଅଧିକ ମାମଲା ରହିଛି। ପୂର୍ବରୁ ଅନେକ ଥର ଠକେଇ କରି ଜେଲ ଯାଇଛି ଓଏଲ୍‌ଏକ୍ସ ଠକ।

ଗୋଟିଏ ଗାଡିକୁ ଦେଖାଇ ୧୦ଜଣ ଲୋକଙ୍କୁ ଠକିଛି। ବଡ଼ଗଡ଼ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସାଧାରଣତଃ ମୟୁରଭଞ୍ଜ, ଯାଜପୁର, ଧରାକୋଟ ଭଳି ଦୁରଦୂରାନ୍ତର ଅଞ୍ଚଳର ଲୋକଙ୍କୁ କରୁଥିଲା ଟାର୍ଗେଟ। ଓଡିଶା ବାହାରୁ ତାକୁ ଗିରଫ କରାଯାଇଛି। ତା ପାଖରୁ କମ୍ପୁଟର, ଲାପଟପ, ଟଙ୍କା ଏବଂ ଦରକାରୀ କାଗଜ ପତ୍ର ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.