Below header

ଭାଇରାଲ ହେଉଛି ଦୁଇ କୋଭିଡ୍‌ ଭ୍ୟାକ୍ସିନ୍‌ର ରାସପୁତିନ ଡ୍ୟାନ୍ସ, ଭିଡିଓରେ ଲୁଚିଛି ଖାସ୍‌ ବାର୍ତ୍ତା

କରୋନା ଟିକାକରଣକୁ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟର ସରକାର ଲଗାତାର ଲୋକଙ୍କୁ ସଚେତନ କରି ଆସୁଛନ୍ତି। ଏଭଳି ସ୍ଥଳେ କେରଳ ପୋଲିସ ଯାହା କରିଛି, ତାହାକୁ ସବୁଠି ପ୍ରଶଂସା କରାଯାଉଛି। କଥାଟି ହେଉଛି, ପୋଲିସ ଏବେ ‘ରାସପୁତିନ୍‌ ଚ୍ୟାଲେଞ୍ଜ’ ନେଇ ଲୋକଙ୍କୁ ଭ୍ୟାକ୍ସିନ୍‌ ଲଗାଇବାକୁ ସଚେତନ କରେଇଛି। ଏଥିସହିତ ଏକ ଭିଡିଓ ଟ୍ଵିଟ୍‌ କରିଛି।

ଭିଡିଓରେ ଦେଖିବାକୁ ମିଳୁଛି କି, କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ୍‌ ବୋନି ଏମ୍‌ଙ୍କ ଗୀତରେ ରାସପୁତିନ୍‌ ଡ୍ୟାନ୍ସ କରୁଛନ୍ତି। ଭ୍ୟାକ୍ସିନ୍‌ ଶିଶି ଦୁଇଟି ନାଚୁଥିବାର ଭିଡିଓ ବହୁତ ମଜାଦାର ରହିଥିବା ବେଳେ ଭିଡିଓ ଶେଷରେ ଏକ ବାର୍ତ୍ତା ଦିଆଯାଇଛି। ଏହି ଆନିମେଟେଡ୍‌ ଭିଡିଓ ମାଧ୍ୟମରେ ଲୋକଙ୍କୁ ନିକଟସ୍ଥ କେନ୍ଦ୍ରକୁ ଯାଇ ଅନିବାର୍ଯ୍ୟ ରୂପେ ଭ୍ୟାକ୍ସିନ୍‌ ଲଗାଇବାକୁ କୁହାଯାଇଛି।

କହି ରଖୁଛୁ, ବର୍ତ୍ତମାନ ସୋସିଆଲ ମିଡିଆରେ ରାସପୁତିନ୍‌ ଡ୍ୟାନ୍ସ ଚ୍ୟାଲେଞ୍ଜ ନିଜ କବ୍‌ଜା ଜମେଇ ଦେଇଛି। ଫେମସ୍‌ ବୋନି ଏମ୍‌ଙ୍କ ଗୀତରେ ନାଚି ଲୋକେ ନିଜର ଭିଡିଓ ମଧ୍ୟ ଅପ୍‌ଲୋଡ କରୁଛନ୍ତି। ତେବେ କେରଳ ପୋଲିସର ଏହି ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ୨,୦୦୦ରୁ ଅଧିକ ଥର ଦେଖାଯାଇ ସାରିଥିବା ବେଳେ ଶହେରୁ ଅଧିକ ଲାଇକ୍ସ ମିଳିଛି।

ସୂଚନାଥାଉ କି, ରାସପୁତିନ ଡ୍ୟାନ୍ସ ଚ୍ୟାଲେଞ୍ଜ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା, ଯେବେ ଏକ ମେଡିକାଲ କଲେଜର ଦୁଇ ଷ୍ଟୁଡେଣ୍ଟ ଜାନକୀ ଓମ୍‌କୁମାର ଓ ନବୀନ କେ ରଜ୍ଜାକ୍‌ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.