ଶରୀରର ସାତ ଚକ୍ର ଭଳି ପୃଥିବୀର ମଧ୍ୟ ରହିଛି ୭ ଚକ୍ର, ଜାଣନ୍ତୁ କେଉଁଠି ରହିଛି ଏହି ଶକ୍ତିପୁଞ୍ଜ

ଶରୀର ୫ ତତ୍ତ୍ୱରେ ଗଠିତ । ପୃଥିବୀ ମଧ୍ୟ ସେହିପରି ୫ ତତ୍ତ୍ୱରେ ଗଠିତ । ଶରୀରରେ ୭ ଚକ୍ର ରହିଥିବା ଭଳି ପୃଥିବୀର ମଧ୍ୟ ୭ ଟି ଚକ୍ର ରହିଛି । ତେବେ ଜାଣନ୍ତୁ ଏହି ୭ ଚକ୍ର କ’ଣ ଓ ଏହା କେଉଁଠି ରହିଛି ।

ଶରୀରର ଚକ୍ର ବିଷୟରେ ହିନ୍ଦୁ ଶାସ୍ତ୍ରରେ ବହୁତ କିଛି କୁହାଯାଇଛି । କୁହାଯାଏ ସାଧନା ବଳରେ ଶରୀରରେ ଥିବା ଏହି ଚକ୍ରକୁ ଜାଗ୍ରତ କରାଯାଇପାରେ । ଏହାଦ୍ୱରା ଶରୀରର ରୋଗକୁ ନିୟନ୍ତ୍ରଣ କରାଯାଇପାରେ । ଏହା କେବଳ ବିନା ମେଡିସିନ୍‌ରେ ଶରୀର ସାଧନା ଦ୍ୱାରା ସମ୍ଭବ ହୋଇଥାଏ । ଶରୀରରେ ସାତ ଶକ୍ତିପୁଞ୍ଜ ବା ପାଓ୍ଵାର ପଏଣ୍ଟ ଭଳି ପୃଥିବୀର ମଧ୍ୟ ୭ ଶକ୍ତିପୁଞ୍ଜ ବା ପାଓ୍ଵାର ପଏଣ୍ଟ ରହିଛି । ଯଦି ଆମେ ଏହିଠାରେ ସମୟ ଅତିବାହିତ କରିବା ତେବେ ଏହା ଶରୀରକୁ ଜାଗ୍ରତ କରିପାରିବ । ପୃଥିବୀର ଏହି ଶକ୍ତିପୁଞ୍ଜ ବା ପାଓ୍ଵାର ପଏଣ୍ଟ ବଭିନ୍ନ ସ୍ଥାନରେ ରହିଛି ।

chakra
photo credit: hndi.news18.com

ପ୍ରଥମ ଚକ୍ର : ଶରୀରରେ ଏହା ମୂଳାଧାର ଚକ୍ର । ପୃଥିବୀରେ ପ୍ରଥମ ଶକ୍ତି ଚକ୍ର ରହିଛି ଆମେରିକା କାଲିଫର୍ଣ୍ଣିଆର ‘ମାଉଣ୍ଟ ଶାସ୍ତା’ ନାମକ ପର୍ବତପୁଞ୍ଜରେ । ଏହାକୁ ଦେଖିଲେ ଏହା ୪ ପାଖୁଡ଼ା ପଦ୍ମ ଫୁଲ ଭଳି ଦେଖାଯାଏ । ଏଠାକୁ ଗଲେ ମନରେ ବହୁତ ଶାନ୍ତି ମିଳିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନ ଆଧ୍ୟତ୍ମିକ ଶକ୍ତିକୁ ଜାଗ୍ରତ କରିଥାଏ ।

ଦ୍ୱତୀୟ ଚକ୍ର : ଶରୀରରେ ଏହା ସ୍ୱାଧିଷ୍ଟାନ ଚକ୍ର । ପୃଥିବୀରେ ପେରୁ ଓ ବୋଲିଭିୟା ମଧ୍ୟରେ ରହିଛି ଏକ ଚକ୍ର । ଯାହାକୁ ସକରାଲ୍‌ ବା ଦ୍ୱିତୀୟ ଚକ୍ର କୁହାଯାଏ । ଏହା ତିତିକାକା ନାମକ ଏକ ପର୍ବତ ଅଟେ । ଏଠାରେ ବହୁତ ଶାନ୍ତି ମିଳିଥାଏ । କିଛି ବର୍ଷ ପୂର୍ବେ ପୁରାତତ୍ତ୍ୱବିଦ୍‌ ଏଠାରେଥିବା ଏକ ଝରଣା ମଧ୍ୟରେ ଏକ ପ୍ରାଚୀନ ମନ୍ଦିରକୁ ବୁଡ଼ିଥିବା ଅବସ୍ଥାରେ ପାଇଥିଲେ । ଏଠାରେ ପୁରୁଷ ଓ ସ୍ତ୍ରୀ ଶକ୍ତି ମିଳିଥାଏ ।

chakra
photo credit: hndi.news18.com

ତୃତୀୟ ଚକ୍ର : ଅଷ୍ଟ୍ରେଲିଆରେ ତୃତୀୟ ଚକ୍ର ଥିବା କୁହାଯାଏ । ଉଲ୍‌ଉରୁ ଓ କାଟା ଜୁତା ପଥର ମଧ୍ୟରେ ଏହି ୩ୟ ଚକ୍ର ରହିଥାଏ । ଏହା ଶରୀର ସହ ଜଡ଼ିତ ଯାହା କି ପେଟ ମଝିସ୍ଥଳରେ ରହିଥାଏ । ଶରୀରରେ ଏହାକୁ ମଣିପୁର ଚକ୍ର କୁହାଯାଏ ।

ଚତୁର୍ଥ ଚକ୍ର : ଏହି ଚକ୍ର ହୃଦୟରେ ଯାହାକି କୌଣସି ଗୋଟିଏ ସ୍ଥାନରେ ନଥାଏ । ଏହା ପୃଥିବୀର ବହୁ ସ୍ଥାନରେ ରହିଛି । ଶରୀରର ହୃଦୟରେ ଅବସ୍ଥିତ ଏହି ଚକ୍ର ଶରୀର ଓ ମନ ମଧ୍ୟରେ ସନ୍ତୁଳନ ରଖିଥାଏ । ପୃଥିବୀରେ ଏହି ଚକ୍ର ଦକ୍ଷିଣ ଇଂଲଣ୍ଡର ଗ୍ଲାଷ୍ଟୋନବୁରି ଓ ସାପ୍ଟେସବୁରୀ ଠାରେ ସ୍ଥିତ ।

chakra.
photo credit: hndi.news18.com

ପଞ୍ଚମ ଚକ୍ର : ଏହି ଚକ୍ରକୁ କଣ୍ଠ (ବିଶୁଦ୍ଧି) ଚକ୍ର କୁହାଯାଏ । ଏହା ଗଳା ମଧ୍ୟ ଭାଗରେ ରହିଥାଏ । ପୃଥିବୀରେ ଏହି ୫ମ ଚକ୍ର ଇଜ୍ରାଏଲ୍‌ରେ ଥିବା ଜଣାଯାଏ । ଇସ୍ରାଏଲ୍‌ର ଜେରୁସେଲମ୍‌ ବ୍ୟତୀତ ଏହି ଚକ୍ର ଇଜିପ୍ଟ ଓ ମାଉଣ୍ଟ ସିନାଇ ରେ ଭି ଥିବା କୁହାଯାଏ । ଏହି ଚକ୍ର ସମ୍ବାଦ ସହ ଜଡ଼ିତ । କୁହାଯାଏ ମଧ୍ୟ ପ୍ରାଚ୍ୟରେ ଏବେ ଯେଉଁ ସ୍ଥିତି ହୋଇଛି ତାହା ଏହି ଚକ୍ର ଯୋଗୁ ହୋଇଛି ।

ଷଷ୍ଠ ଚକ୍ର : ଏହି ଚକ୍ର ଇଂଲଣ୍ଡର ଗ୍ଲାଷ୍ଟନବେରୀରେ ରହିଛି । ଶରୀରରେ ଏହି ଚକ୍ର ଦୁଇ ଚକ୍ଷୁ ମଧ୍ୟରେ ରହିଛି । ଏହାକୁ ଆଜ୍ଞା ଚକ୍ର କୁହାଯାଏ । ପୃଥିବୀରେ ଏହି ଚକ୍ର ବିଷୟରେ କୁହାଯାଇଛି ଯେ ଏହା ସର୍ବଦା ପରିବର୍ତ୍ତନଶୀଳ । ଯାହାକି ପୃଥିବୀର ପରିକ୍ରମଣ ଯୋଗୁ ହୋଇଥାଏ ।

ସପ୍ତମ ଚକ୍ର : ଶରୀରରେ ଏହାକୁ ସହସ୍ରାର ଚକ୍ର କୁହାଯାଏ । ପୃଥିବୀରେ ଏହି ଅନ୍ତିମ ଚକ୍ର ଯାହାକି ତିବ୍ଦତର କୈଳାଶ ପର୍ବତରେ ସ୍ଥିତ । ଏହି ସ୍ଥାନ ବିଷୟରେ କୁହାଯାଏ ଯେ ବିଜ୍ଞାନ ଓ ଆଧ୍ୟତ୍ମିକତାକୁ ନେଇ ବହୁ କଥା କୁହାଯାଏ । କୁହାଯାଏ ଏହାର ସିଧା ସମ୍ପର୍କ ପରଲୋକ ସହିତ ରହିଛି । ତେବେ ଏଠାକୁ ଯିବା ପାଇଁ ପର୍ବତାରୋହି ମଧ୍ୟ କ୍ଷଣିକ ଚିନ୍ତା କରନ୍ତି ।

Leave A Reply

Your email address will not be published.