Below header

ଲଣ୍ଡନର ସାଂଘାତିକ ମାମଲା: ଲକ୍‌ଡାଉନରେ ମିଳିଲାନି ଚାକିରି, ତ କଲେଜ ଫି’ ଭରିବା ପାଇଁ ଛାତ୍ରୀମାନେ ଇଣ୍ଟରନେଟ୍‌ରେ ବିକିଥିଲେ ନିଜ ଅଶ୍ଳୀଳ ଫଟୋ

ଲଣ୍ଡନରୁ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ଏବଂ ଏଥିଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ କିଛି ଛାତ୍ରୀଙ୍କ ଜୀବନ ବରବାଦ୍‌ କରି ଦେଇଛି। ଏହି ଲକ୍‌ଡାଉନ ଯୋଗୁ ଛାତ୍ରୀମାନେ ନିଜ ଅଶ୍ଳୀଳ ଫଟୋ ଇଣ୍ଟରନେଟ୍‌ରେ ବିକିବା ପାଇଁ ବାଧ୍ୟ ହୋଇଛନ୍ତି।

ରିପୋର୍ଟ ମୁତାବକ, ସାଧାରଣତଃ ଏଠି ଛାତ୍ରୀମାନେ ୟୁନିଭର୍ସିଟି ଫି’ ଭରିବା ପାଇଁ ରେଷ୍ଟୁରାଣ୍ଟ, ଷ୍ଟୋର୍‌, ପବ୍‌ ନଚେତ୍‌ ଅନ୍ୟାନ୍ୟ ଦୋକାନରେ କାମ କରିଥାଆନ୍ତି। କିନ୍ତୁ ଲକ୍‌ଡାଉନରେ ଏଭଳି କାମ କରିବାକୁ ମଉକା ମିଳି ନ ଥିଲା, ଯାହାଫଳରେ କି, ସେମାନେ ଆର୍ଥିକ ସମସ୍ୟାର ସାମ୍ନା କରିଥିଲେ। ଜଣେ ଛାତ୍ରୀ କହିଛନ୍ତି, ଟ୍ୟୁଶନ ଫି’ ଭରିବା ପାଇଁ କେତେକ ଛାତ୍ରୀ ଇଣ୍ଟରନେଟ୍‌ରେ ଆପତ୍ତିଜନକ ଫଟୋ ବିକିଥିଲେ। ଆମେ ଏ ସବୁ ବାଧ୍ୟ ହୋଇ କରିଥିଲୁ। ଆମକୁ କୌଣସି ବାଟ ଦେଖାଯାଉ ନ ଥିଲା।

ଅନ୍ୟ ଜଣେ ଛାତ୍ରୀ କହିଥିଲେ, ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀ ସହ ଜୁଝି ହେଉଥିଲା, ସେହି ସମୟରେ ବହୁ ସଂଖ୍ୟାରେ ଛାତ୍ରୀ ବେଶ୍ୟାବୃତ୍ତି ସହ ଜଡ଼ିତ ମହିଳାମାନଙ୍କୁ ସମ୍ପର୍କ କରିଥିଲେ। କାରଣ, ପବ୍‌, ଦୋକାନ ସବୁ ବନ୍ଦ ଥିବାରୁ ପାଖରେ କୌଣସି ଅପ୍‌ଶନ ନ ଥିଲା।

ପ୍ରଥମ ଲକ୍‌ଡାଉନ ସମୟରେ ଏହି ଯୁବତୀମାନଙ୍କ ସଂଖ୍ୟା ଅଧିକ ବଢ଼ିଯାଇଥିଲା। ଏହି ସମୟରେ ସେମାନଙ୍କୁ ମାନସିକ ଅଶାନ୍ତି ଦେଇ ଗତି କରିବାକୁ ପଡ଼ିଥିଲା। କେତେଜଣ କ୍ଲାଇଣ୍ଟସ୍‌ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ବିନା ଅନୁମତିରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରି ଦେଇଥିଲେ, ଯେଉଁଥିପାଇଁ ସମସ୍ୟା ଆହୁରି ବଢ଼ି ଯାଇଥିଲା।

ଗତବର୍ଷ ହୋଇଥିବା ଏକ ସର୍ଭେରେ ଖୁଲାସା ହୋଇଛି କି, ୪ ପ୍ରତିଶତ ଛାତ୍ରୀ କଲେଜ ଫି’ ଭରିବା ପାଇଁ ନିଜର ଆପତ୍ତିଜନକ ଫଟୋ ବିକିଥିଲେ। ଏହି ସର୍ଭେରେ ୩,୨୦୦ ଛାତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.