ଘରେ ବନାନ୍ତୁ ଏକଦମ୍ ବଜାର ଭଳି ଚୋକୋ ଲାଭା କେକ୍‌

କିଛି ଡିସ୍ ଏମିତି ଥାଏ, ଯାହାକୁ ଆମେ ମାର୍କେଟରେ ଯେତେ ବି ଖାଇଥାନ୍ତି କିନ୍ତୁ ଘରେ ଖାଇବାକୁ କଳ୍ପନା କରିପାରନ୍ତିନି। କାହିଁକିନା ଆମେ ଭାବନ୍ତି ଏହାକୁ ବନାଇବା ବହୁତ କଷ୍ଟ। କିନ୍ତୁ ଯଦି ଆମେ କହିବୁ ଏହାକୁ ବନାଇବା ସହଜ ତାହେଲେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚକୋ ଲାଭା କେକ ରେସିପି। ଯାହାକୁ ଘରେ ବନାଇବା ବହୁତ ସହଜ।

ଆବଶ୍ୟକ ସାମଗ୍ରୀ

୧ କପ୍ ଡାର୍କ ଚକୋଲେଟ
୧୦୦ ଗ୍ରାମ ପ୍ଲେନ ବଟର
୧୦୦ ଗ୍ରାମ ଆଇସିଙ୍ଗ୍ ସୁଗାର ବା ଚିନି ଗୁଣ୍ଡ
୪ଟି ଅଣ୍ଡା
ଅଧା କପ୍ ମଇଦା

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଓଭନକୁ ୨୦୦ ଡିଗ୍ରୀରେ ଗରମ କରିବା ପାଇଁ ଅନ୍ କରନ୍ତୁ।
  • ପ୍ୟାନରେ ଚକୋଲେଟ ଏବଂ ବଟରକୁ ଅଲଗା ଅଲଗା ଗୋଳାଇ ଦିଅନ୍ତୁ ଏବଂ ଏକ ପାତ୍ରକୁ ବାହାର କରିଦିଅନ୍ତୁ।
  • ଦୁଇଟି ଅଣ୍ଡାର ଧଳା ଅଂଶକୁ ପାତ୍ରରେ କାଢ଼ି ଅଲଗା ରଖନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ ଏବଂ ଚିନି ମିଶାନ୍ତୁ।
  • ଏବେ ଗ୍ରାଇଣ୍ଡରରେ ଚକୋଲେଟ ଏବଂ ବଟରକୁ ଆଡ୍ କରନ୍ତୁ ଏବଂ ପୁଣି ଥରେ ଫେଣ୍ଟି ଦିଅନ୍ତୁ।
  • ହଳଦିଆ ଭାଗ ସହିତ ଅଣ୍ଡା ଏବଂ ମଇଦାକୁ ପକାନ୍ତୁ। ଏହାକୁ ଭଲଭାବେ ମିକ୍ସ କରନ୍ତୁ।
  • ଏବେ ଏହି ଘୋଳକୁ ଏକ ବଟର କୋଟେଡ୍ କେକ୍ ଟ୍ରେରେ ରଖି ଓଭନରେ ବସାନ୍ତୁ।
  • ହାଫ୍ କୁକ ପରେ ଏହା ମଝିରେ ଚକୋଲେଟ ପିସକୁ ପକାଇ ଦିଅନ୍ତୁ ଏବଂ ତାକୁ ଧିରେ ଧିରେ ଭିତରକୁ ପ୍ରେସ କରନ୍ତୁ।
  • ଏହାକୁ ପ୍ରାୟ ୨୦ ମିନିଟ୍ ବେକ୍ କରିବା ପରେ ଓଭନକୁ ଅଫ୍ କରିଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଚୋକୋ ଲାଭା କେକ। ଏହା ସାମାନ୍ୟ ଗରମ ଥିବ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.