ପିକଅପ୍ ଭ୍ଯାନ ଧକ୍କାରେ ବୃଦ୍ଧ ମୃତ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଚାନ୍ଦବାଲି ରାଜ୍ଯ ରାଜପଥର କଖାରୁ ଡିହ ଛକରେ ଏକ ପିକଅପ୍ ଭ୍ଯାନ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଭଖାରୁଡିହ ଠାରେ ଗାଁର ୭୮ ବର୍ଷର ନିତ୍ଯାନନ୍ଦ ମହାନ୍ତି। ରିପୋର୍ଟ ଅନୁଯାୟୀ ଆଜି ଭୋର ସମୟରେ ଫୁଲ ତୋଳି ଘରକୁ ଫେରିବା ବେଳେ ଭଦ୍ରକରୁ ଚାନ୍ଦବାଲିକୁ ଆସୁଥିବା ଏକ ଦୃତଗାମୀ ମାଲ୍ ବୋଝେଇ ପିକଅପ୍ ଭ୍ଯାନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ଯପଟେ ଘଟଣାସ୍ଥଳରୁ ଗାଡି ଫେରାର୍ ହୋଇଯାଇଛି। ସୂଚନା ମୁତାବକ ସକାଳୁ ଏପରି ଘଟଣା ଦେଖିବା ପରେ ଗ୍ରାମବାସୀ ମୁକ୍ଯ ରାସ୍ତାକୁ ଅବରୋଧ କରିଛନ୍ତି। ଖବର ପାଇ ଦୃତଗାମୀ ପିକଅପ୍ ଭ୍ଯାନକୁ ଚାନ୍ଦବାଲିରେ ଅଟକ ରଖାଯାଇଛି। ଏନେଇ ପରିବାରକୁ କ୍ଷତିପୂରଣ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଘଟଣାସ୍ତଳରେ ମୃତ ଦେହ ପଡିରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.