ଖାରବେଳ ନଗର ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାରସାମ୍ଯ ହରାଇ ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍

ଭୁବନେଶ୍ବର: ଗତକାଲି ରାତିରେ ଖାରବେଳ ନଗର ଥାନା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଛି । ଲକ୍ ଡାଉନ୍ ଚାଲିଥିବାବେଳେ ଖୋଲା ସଡ଼କରେ ଘଟିଛି ଏହି ଦୁର୍ଘଟଣା । ବ୍ଯକ୍ତି ଜଣଙ୍କ ମଦ ପିଇ ବେପରୁଆ ଗାଡ଼ି ଚାଳନା କରୁଥିଲେ । ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ତେବେ ନାଲି ରଙ୍ଗର ଏକ କାରଟି ଫିଲ୍ମ ଷ୍ଟାଇଲିରେ ଭାରସାମ୍ଯ ହରାଇ ଓଲଟି ପଡିଥିବା ଜଣାପଡିଛି । ତେବେ ଡ୍ରାଇଭର ଜଣଙ୍କ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.