Below header

ରୋଷେଇ କରୁଥିବାବେଳେ ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର

ଭଞ୍ଜନଗର(କେନ୍ୟୁଜ୍): ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର। ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କନ୍ଧଶାରଳା ଗାଁରେ ଘଟିଛି ଏଭଳି ଘଟଣା । ଆ‌ହତ ବୃଦ୍ଧା ଜଣକ ହେଲେ, ଗୈାରୀ ନାଇକ। ନିଜ ଘରେ ରୋଷେଇ କରୁଥିବାବେଳେ, କୈାଣସି କାରଣ ବଶତଃ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ସେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ , ଭଂଜନଗର ମେଡିକାଲରେ ଭର୍ତି କରାଯାଇଥିଲା ।

ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ , ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ତାଙ୍କ ଦେହର ପ୍ରାୟ ୭୦ ଭାଗ ପୋଡ଼ିଯାଇଥିବା ବେଳେ, ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.