ଆଶ୍ଚର୍ଯ୍ୟ: ମହିଳାଙ୍କ ଆଖିରୁ ବାହାରିଲା ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ , ଭିଡିଓ ଦେଖିଲେ ହୋଇଯିବେ ଚକିତ

ଆଖି ହେଉଛି ଆମ ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ। ଏହାର ଠିକ ଭାବରେ ଯତ୍ନ ନନେଲେ ଅନେକ କ୍ଷତି ଘଟାଇପାରେ। ଯେପରିକି ଦୃଷ୍ଟି ଶକ୍ତି କମିଯାଏ ବା ଅନେକ କ୍ଷେତ୍ରରେ ଆଖି ନଷ୍ଟ ହୋଇଯାଏ। ସାଧାରଣତଃ ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ କିଛି ଲୋକ ଚଷମା ବଦଳରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିଥାନ୍ତି। ଏବେ ଅଧିକାଂଶ ଲୋକ କଣ୍ଟାକ୍ଟ ଲେନ୍ସ ପିନ୍ଧୁଛନ୍ତି। ତେବେ କଣ୍ଟାକ୍ଟ ଲେନ୍ସକୁ ଠିକ୍ ଭାବେ ବ୍ୟବହାର କରିବା ନିହାତି ଜରୁରୀ। ନଚେତ୍‌ ଆଖି ସଂକ୍ରମିତ ହେବାର ସମ୍ଭାବନା ରହିଛି। କାରଣ ଟିକିଏ ଅସାବଧାନତା ହୁଏତ ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ। କିନ୍ତୁ ବର୍ତ୍ତମାନ ଏପରି ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ତାଙ୍କ ଅସାବଧାନତା ହେତୁ ତାଙ୍କ ଆଖିରେ ଅନେକ କ୍ଷତି ଘଟାଇଛନ୍ତି। ଏହା ପରେ ଡାକ୍ତର ତାଙ୍କ ଆଖିରେ ଅପରେସନ୍ କଲେ ଏବଂ ତାଙ୍କ ଆଖିରୁ ୨୩ କଣ୍ଟାକ୍ଟ ଲେନ୍ସ ବାହାରିଥିଲା । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍‌ ହୋଇଛି।

ପ୍ରକୃତରେ ଏହି ଘଟଣା ଆମେରିକାର ଏକ ଡାକ୍ତରଖାନାରୁ ଆସିଛି । ଏଠାରେ ଜଣେ ମହିଳାଙ୍କ ଆଖିରେ କିଛି ଅସୁବିଧା ଥିଲା, ତେଣୁ ସେ ଆଖିରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଆରମ୍ଭ କଲେ | ବେଳେବେଳେ ମହିଳା ଜଣଙ୍କ ଭାବନ୍ତି ଯେ ତାଙ୍କ ଆଖିରୁ କଣ୍ଟାକ୍ଟ ଲେନ୍ସ ଅଜଣାରେ ଖସି ପଡୁଛି । ଏପରିକି ଅନେକ ସମୟରେ ମହିଳା ଜଣକ ରାତିରେ ଶୋଇବା ପୂର୍ବରୁ କଣ୍ଟାକ୍ସ ଲେନ୍ସ କାଢ଼ିବା ପାଇଁ ଭୁଲି ଯାଇଥିଲେ। ଲଗାତାର ୨୩ ଦିନ ଧରି ସେ ଏଭଳି କରିଥିଲେ। ଆଶ୍ଚର୍ଯ୍ୟର କଥା, ଏହି ଘଟଣା ମହିଳାଙ୍କ ସହ ଅନେକ ଦିନ ଧରି ଘଟିଥିଲା ​​ଏବଂ ପ୍ରତ୍ୟେକ ଥର ସେ ନୂଆ କଣ୍ଟାକ୍ଟ ଲେନ୍ସ କିଣୁଥିଲେ ।

ବହୁ ଦିନ ପରେ ମହିଳା ଜଣକ ଅନୁଭବ କଲେ ଯେ କଣ୍ଟାକ୍ଟ ଲେନ୍ସ ନିଜ ଆଖିରୁ ଖସି ପଡୁଛି, କିନ୍ତୁ ତାହା ନୁହେଁ। ତା’ପରେ ମଝିରେ ଦିନେ ମହିଳାଙ୍କ ଆଖିରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହେବାକୁ ଲାଗିଲା। ମହିଳା ଜଣକ ଡାକ୍ତରଙ୍କ ନିକଟରେ ପହଞ୍ଚିବା ପରେ ସେ ପୁରା କାହାଣୀ କହିଥିଲେ। ଯେତେବେଳେ ମହିଳାଙ୍କ ଆଖି ପରୀକ୍ଷା କରାଯାଇଥିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଡାକ୍ତର କ୍ୟାଟରିନା କୁର୍ତ୍ତିଭା ସେପ୍ଟେମ୍ବର ୧୩ରେ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି, ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ୨୩ ଟି କଣ୍ଟାକ୍ଟ ଲେନ୍ସ ମହିଳାଙ୍କ ଆଖିରେ ଲାଗିଛି। ମହିଳା ଜଣକ ପ୍ରତିଦିନ ରାତିରେ କଣ୍ଟାକ୍ଟ ଲେନ୍ସ କାଢ଼ିବାକୁ ଭୁଲିଯାଉଥିଲେ ଏବଂ ପରଦିନ ନୂଆ ଲେନ୍ସ ଲଗାଉଥିଲେ ।ଡାକ୍ତର କହିଛନ୍ତି ଯେ ସମସ୍ତ କଣ୍ଟାକ୍ଟ ଲେନ୍ସ ଏହି ମହିଳାଙ୍କ ଆଖିର ଉପର ଭାଗରେ ଜମା ହୋଇ ରହିଥିଲା । ତେବେ ଡାକ୍ତର ଆଖିରୁ ଲେନ୍ସ ବାହାର କରିବା ପାଇଁ ସେ ବହୁତ ଛୋଟ ସର୍ଜିକାଲ୍ ଉପକରଣ ବ୍ୟବହାର କରିଥିଲେ | ବର୍ତ୍ତମାନ ପାଇଁ ତାଙ୍କ ଆଖିରୁ ସମସ୍ତ କଣ୍ଟାକ୍ଟ ଲେନ୍ସ ହଟାଯାଇଛି | ତେବେ ସମ୍ପୃକ୍ତ ମହିଳାଙ୍କ ଆଖିରୁ ଡାକ୍ତର ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିବା ପରେ ଆଗକୁ ଆଉ କଣ୍ଟାକ୍ଟ ଲେନ୍ସ ବଦଳରେ ଚଷମା ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.