Below header

ଖୋର୍ଦ୍ଧା ଓ ବ୍ରହ୍ମପୁର ପାଇଁ ଦୁଇ ନୂଆ ଏସପି ନିଯୁକ୍ତ, ଅବିନାଶ କୁମାର ହେଲେ ଖୋର୍ଦ୍ଧା ଏସ୍‌ପି

ଦୁଇ ଜିଲ୍ଳାର ଏସ୍‌ପି ବଦଳାଇଲେ ନିର୍ବାଚନ କମିଶନ । ଖୋର୍ଦ୍ଧା ଓ ବ୍ରହ୍ମପୁର ପାଇଁ ଦୁଇ ନୂଆ ଏସପି ନିଯୁକ୍ତ ହୋଇଛନ୍ତି। ସାର୍ଥକ ଷଡ଼ଙ୍ଗୀ ହେଲେ ବ୍ରହ୍ମପୁର ଏସ୍‌ପି । ଅବିନାଶ କୁମାର ହେଲେ ଖୋର୍ଦ୍ଧାର ନୂଆ ଏସ୍‌ପି । ୨୦୦୭ ବ୍ୟାଚ୍ ଆଇପିଏସ୍ ସାର୍ଥକ ଷଡଙ୍ଗୀ ଏବେ ଅଗ୍ନିଶମ ଡିଆଇଜି ଅଛନ୍ତି । ସେହିଭଳି ଅୱିନାଶ କୁମାର ଅତିରିକ୍ତ ପୋଲିସ କମିଶନର ଅଛନ୍ତି ।

ଖୋର୍ଦ୍ଧା (କେନ୍ୟୁଜ୍‌): ଦୁଇ ଜିଲ୍ଳାର ଏସ୍‌ପି ବଦଳାଇଲେ ନିର୍ବାଚନ କମିଶନ । ଖୋର୍ଦ୍ଧା ଓ ବ୍ରହ୍ମପୁର ପାଇଁ ଦୁଇ ନୂଆ ଏସପି ନିଯୁକ୍ତ ହୋଇଛନ୍ତି। ସାର୍ଥକ ଷଡ଼ଙ୍ଗୀ ହେଲେ ବ୍ରହ୍ମପୁର ଏସ୍‌ପି । ଅବିନାଶ କୁମାର ହେଲେ ଖୋର୍ଦ୍ଧାର ନୂଆ ଏସ୍‌ପି । ୨୦୦୭ ବ୍ୟାଚ୍ ଆଇପିଏସ୍ ସାର୍ଥକ ଷଡଙ୍ଗୀ ଏବେ ଅଗ୍ନିଶମ ଡିଆଇଜି ଅଛନ୍ତି । ସେହିଭଳି ଅୱିନାଶ କୁମାର ଅତିରିକ୍ତ ପୋଲିସ କମିଶନର ଅଛନ୍ତି ।

ତେବେ କିଛିଦିନ ତଳେ ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଥିଲେ । ନିର୍ବାଚନ କମିଶନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ । ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲା । ଭିନିତଙ୍କ ସ୍ଥାନରେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ପାରୁଲଙ୍କ ସ୍ଥାନରେ ଅନୁପମ ଶାହଙ୍କୁ ଯଥାକ୍ରମେ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.