ଆରସିବି ଫ୍ୟାନ୍ସଙ୍କ ଗୁମର ଖୋଲିଲେ ଦିନେଶ କାର୍ତ୍ତିକ, ‘ମୋ ସହିତ ମୋ ପରିବାରକୁ ସିଧାସଳଖ ମେସେଜ କରି ମଧ୍ୟ ଗାଳି ଦିଅନ୍ତି’

ଦିନେଶ କାର୍ତ୍ତିକ କହିଛନ୍ତି, ଆରସିବି ଫ୍ୟାନ୍ସ ସବୁଠୁ ବିଶ୍ୱସ୍ତ । ସେମାନେ ମୋ ପରିବାର ଭଳି । ଭଲ ହେଉ ଅବା ଖରାପ ସବୁଦିନରେ ରହିଥାନ୍ତି । ଯେତେବେଳେ ଆପଣ ମଇଦାନକୁ ଆସନ୍ତି, ଯାହା ହେଉ ଅବା ମୋ ନାମ ଚିଲାନ୍ତି । ଯେମିତି ମୁଁ ଦୁନିଆର ସବୁଠାରୁ ଭଲ ଖେଳାଳି । ସେହି ଫ୍ୟାନ୍ସ ବ୍ୟକ୍ତିଗତ ଭାବେ ମେସେଜ କରି ଗାଳି ଦିଅନ୍ତି ।

ଦିନେଶ କାର୍ତ୍ତିକ ୨୦୨୨ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମରେ ରହିଛନ୍ତି । ଆଇପିଏଲ୍‌ ଇତିହାସରେ ସବୁଠୁ ବିଶ୍ୱସ୍ତ ଫ୍ୟାନ୍ସଙ୍କ କଥା କହିଲେ, ଆରସିବି ଫ୍ୟାନ୍ସ ଲିଷ୍ଟର ଶୀର୍ଷରେ ରହିଥାନ୍ତି । ୨୦୦୮ରୁ ଆରସିବି ଆଇପିଏଲ ସିଜିନରେ ଭଲ ଖେଳିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଟାଇଟଲ ଜିତିନାହାନ୍ତି । ଆରସିବି ଫ୍ୟାନ୍ସ ପ୍ରତ୍ୟେକ ବର୍ଷ ଟିମକୁ ସପୋଟ କରିବାକୁ ଆସିଥାନ୍ତି । ଦିନେଶ କାର୍ତ୍ତିକ ଆରସିବିର ବିଶ୍ୱସ୍ତ ଫ୍ୟାନ୍ସଙ୍କ ଗୁମର ଖୋଲିଛନ୍ତି ।

ଆର. ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ଦିନେଶ କାର୍ତ୍ତିକ କହିଛନ୍ତି, ଆରସିବି ଫ୍ୟାନ୍ସ ସବୁଠୁ ବିଶ୍ୱସ୍ତ । ସେମାନେ ମୋ ପରିବାର ଭଳି । ଭଲ ହେଉ ଅବା ଖରାପ ସବୁଦିନରେ ରହିଥାନ୍ତି । ଯେତେବେଳେ ଆପଣ ମଇଦାନକୁ ଆସନ୍ତି, ଯାହା ହେଉ ଅବା ମୋ ନାମ ଚିଲାନ୍ତି । ଯେମିତି ମୁଁ ଦୁନିଆର ସବୁଠାରୁ ଭଲ ଖେଳାଳି । ସେହି ଫ୍ୟାନ୍ସ ବ୍ୟକ୍ତିଗତ ଭାବେ ମେସେଜ କରି ଗାଳି ଦିଅନ୍ତି । ପ୍ରତ୍ୟେକ ଦିନ… ।

ଦିନେଶ ଆହୁରି କହିଛନ୍ତି, କେବଳ ମୋତେ ନୁହେଁ…ଆରସିବି ପାଇଁ ଭଲ ନ ଖେଳିଲେ ମୋତେ, ମୋ ପରିବାରକୁ ମଧ୍ୟ ଗାଳି ଦିଅନ୍ତି । ମୋ ଜୀବନରେ ଥିବା ସମସ୍ତ ଲୋକଙ୍କୁ ଗାଳି ଦିଅନ୍ତି । ଦିନେଶ କାର୍ତ୍ତିକ ଏବଂ ଆର ଅଶ୍ୱିନୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇ ସେୟାର ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.