ଦିଲ୍ଲୀ ବିମାନବନ୍ଦରରେ ପରମାଣୁ ବୋମା ଧମକ, ୨ ଯୁବକଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ ପୋଲିସ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨ ଯୁବକଙ୍କୁ ଗିରଫ କରିଛି । ଯୁବକଦ୍ୱୟ ବିମାନବନ୍ଦରରେ ପରମାଣୁ ବୋମା ନେଇଯାଉଥିବାର ଧମକ ଦେଇଥିଲେ ।

ଦିଲ୍ଲୀ ପୋଲିସ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨ ଯୁବକଙ୍କୁ ଗିରଫ କରିଛି । ଯୁବକଦ୍ୱୟ ବିମାନବନ୍ଦରରେ ପରମାଣୁ ବୋମା ନେଇଯାଉଥିବାର ଧମକ ଦେଇଥିଲେ । ସୁରକ୍ଷା ଯାଞ୍ଚ ସମୟରେ ଅଭିଯୁକ୍ତମାନେ ଧମକ ଦେଇଥିଲେ ଯେ ସେମାନେ ପରମାଣୁ ବୋମା ନେଇକି ଯାଉଛନ୍ତି । ଏହାପରେ ବିମାନ ଭିତରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଦୁଇ ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ବାହାର କରାଯାଇ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ସୂଚନା ମୁତାବକ, ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁଜରାଟ ରାଜକୋଟର ବାସିନ୍ଦା ଜିଗ୍ନେଶ ମାଲାନି ଓ କାଶ୍ୟପ କୁମାର ଲାଲାନି । ଏହି ଘଟଣା ଏପ୍ରିଲ ୫ ତାରିଖର । ଯୁବକଦ୍ୱୟ ଅହମ୍ମଦାବାଦ ଯାଉଥିବା ବିମାନରେ ଚଢ଼ିବା ପୂର୍ବରୁ ସୁରକ୍ଷାକର୍ମୀ ସେମାନଙ୍କୁ ଯାଞ୍ଚ କରିଥିଲେ, କିନ୍ତୁ ଦୁହେଁ ଏହାକୁ ନେଇ ରାଗି ଯାଇଥିଲେ । ସେମାନେ କହିଥିଲେ କି, ସେମାନଙ୍କ ଯାଞ୍ଚ ପୂର୍ବରୁ ହୋଇସାରିଛି, ପୁଣିଥରେ କାହିଁକି କରାଯାଉଛି ? ଦୁହେଁ ଏ ନେଇ ଆପତ୍ତି ଉଠାଇଥିଲେ ।

ସେମାନେ ସୁରକ୍ଷା କର୍ମୀଙ୍କୁ ପଚାରିଥିଲେ ଯେ ଯଦି ଆମେ ପରମାଣୁ ବୋମା ନେଇକି ଯାଉ, ତେବେ ଆପଣ କ’ଣ କରିବେ? ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରି ନେଇଥିଲେ । ଦୁହିଁଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ, ମାଲାନି ଓ ଲାଲାନିଙ୍କୁ ଗିରଫ କରାଯାଇଛି । କାରଣ, ସେମାନେ ଆତଙ୍କ ସୃଷ୍ଟି କରୁଥିଲେ ।

ପୋଲିସ କହିଛି, ମାମଲାର ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ଅଭିଯୁକ୍ତ ନିର୍ମାଣ କ୍ଷେତ୍ରରେ ଠିକାଦାରୀ କାମ କରନ୍ତି । ସେମାନେ କାରବାର ସମ୍ବନ୍ଧରେ ଜଣେ ବ୍ୟବସାୟିକ ସହଯୋଗୀଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ଦ୍ୱାରକା ଯାଇଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେମାନଙ୍କୁ ଜାମିନ ଆଧାରରେ ମୁକ୍ତ କରାଯାଇଛି ।

କହି ରଖୁଛୁ, ଗତ ମାସରେ ମଧ୍ୟ ଦିଲ୍ଲୀ ବିମାନବନ୍ଦରରେ ବୋମା ଗୁଜବ ଘଟଣା ସାମ୍ନାକୁ ଆସିଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.