Below header

ପାନ ଦୋକାନରେ ସିଗାରେଟ ଟାଣୁଥିଲେ ଯୁବତୀ, ଅନାଇବାରୁ ଯୁବକଙ୍କୁ କଲେ ହତ୍ୟା

ଯୁବତୀ ଜଣକ ପାନ ଦୋକାନରେ ସିଗାରେଟ ଟାଣିବା ଦେଖି ଜଣେ ଯୁବକ ଜଣକ କିଛି ମନ୍ତବ୍ୟ ଦେଇଥିଲେ । ଆଉ ଏହାକୁ ସହିନପାରି ଯୁବତୀ ଜଣକ ୨୮ ବର୍ଷୀୟ ରଂଜିତ ରାଠୋରଙ୍କୁ ଛୁରୀ ଭୁସିଦେଇଥିଲେ । ମହାରାଷ୍ଟ୍ର ନାଗପୁର ସହରରେ ଘଟଣା ଶନିବାର ରାତିରେ ଘଟିଥିଲା ।

ଆଜିକାଲିର ଯୁବପିଢି ନିଶା ଯୋଗୁଁ ସବୁ ସୀମା ପାର କରୁଛନ୍ତି । ଆଉ କିଏ କ’ଣ କହିଲେ ସିଧା ମାରିଦେଉଛନ୍ତି । ମହାରାଷ୍ଟ୍ର ନାଗପୁର ସହରରେ ଏମିତି ଏକ ଘଟଣା ଘଟିଛି । ଏକ ବଜାରରେ ଯୁବତୀଙ୍କ ଉପରେ ଅଭ୍ରଦ ଟିପ୍ପଣୀ କରିବାକୁ ନେଇ ଜଣକର ମୃତ୍ୟୁ ହୋଇଛି । ଯୁବତୀ ଜଣକ ପାନ ଦୋକାନରେ ସିଗାରେଟ ଟାଣିବା ଦେଖି ଜଣେ ଯୁବକ ଜଣକ କିଛି ମନ୍ତବ୍ୟ ଦେଇଥିଲେ । ଆଉ ଏହାକୁ ସହିନପାରି ଯୁବତୀ ଜଣକ ୨୮ ବର୍ଷୀୟ ରଂଜିତ ରାଠୋରଙ୍କୁ ଛୁରୀ ଭୁସିଦେଇଥିଲେ । ଘଟଣା ଶନିବାର ରାତିରେ ଘଟିଥିଲା ।

ଖବର ମୁତାବକ, ରଂଜିତ ରାଠୋର ପାନ ଦୋକାନକୁ ଯାଇଥିଲା । ଏହି ସମୟରେ ସିଗାରେଟ ପିଇବାକୁ ଜୟଶ୍ରୀ ନାମକ ଜଣେ ଯୁବତୀ ପହଞ୍ଚିଥିଲେ । ଆଉ ଯୁବତୀ ଜଣକ ପାନ ଦୋକାନରେ ସିଗାରେଟ ପିଇଥିଲେ । ସେଠାରେ ଯୁବକ ଜଣକ ସିଗାରେଟ ମଧ୍ୟ ପିଇଥିଲେ । ଯୁବକ ଜଣକ ଯୁବତୀ ସିଗାରେଟ ଟାଣିବା ନେଇ ଅଭଦ୍ର ଟିପ୍ପଣୀ ଦେଇଥିଲେ । ଯୁବତୀଙ୍କୁ ଯୁବକ ଜଣକ ଆଡ ଆଖିରେ ଅନାଇଥିଲେ । ଏହାପରେ ଯୁବକ ଜଣକ ନିଜ ମୋବାଇଲ ଫୋନ କାଡି ଯୁବତୀଙ୍କ ଭିଡିଓ କରିଥିଲେ । ଏହି ସମୟରେ ଯୁବତୀ ଜଣକ ସିଗାରେଟ ପିଇବା ସହ ଗାଳି ଦେଉଥିଲେ ।

ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯୁବତୀ ଜଣକ ଫୋନରେ ପୁରୁଷ ବନ୍ଧୁକୁ ଡାକି ଘଟଣା ସ୍ଥଳରେ ମାରପିଟ କରିଥିଲେ । ଏହାପରେ ଯୁବତୀଙ୍କ ବନ୍ଧୁ ରଂଜିତଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ । ଆଉ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ହସପିଟାଲରେ ଆଡମିଟ୍‌ କରିଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଆଇପିସି ଧାରା ୩୦୨ ଅଧିନରେ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.