ଅଯୋଧ୍ୟାରେ ରାମନବମୀ ହେବ ସ୍ୱତନ୍ତ୍ର, ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ପଡ଼ିବା ନେଇ ଲାଗିଛନ୍ତି ବୈଜ୍ଞାନିକ

ଅଯୋଧ୍ୟାରେ ଏଥର ରାମନବମୀ ସ୍ୱତନ୍ତ୍ର ହେବାକୁ ଯାଉଛି । ରାମ ମନ୍ଦିର ନିର୍ମାଣ ପରେ ଏହା ହେଉଛି ପ୍ରଥମ ରାମନବମୀ । ଏହି ପବିତ୍ର ଦିନରେ ରାମଲାଲାଙ୍କ ଜନ୍ମ ଉତ୍ସବକୁ ଭବ୍ୟ ଉପାୟରେ ପାଳନ ପାଇଁ ପ୍ରସ୍ତୁତି ଚାଲିଛି ।

ଅଯୋଧ୍ୟାରେ ଏଥର ରାମନବମୀ ସ୍ୱତନ୍ତ୍ର ହେବାକୁ ଯାଉଛି । ରାମ ମନ୍ଦିର ନିର୍ମାଣ ପରେ ଏହା ହେଉଛି ପ୍ରଥମ ରାମନବମୀ । ଏହି ପବିତ୍ର ଦିନରେ ରାମଲାଲାଙ୍କ ଜନ୍ମ ଉତ୍ସବକୁ ଭବ୍ୟ ଉପାୟରେ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ରାମନବମୀ ଅବସରରେ ମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ପଡ଼ିବା ନେଇ କାମ କରାଯାଉଛି । ରୁର୍‌କୀର ବୈଜ୍ଞାନିକ ଦିନରାତି ଏହି ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

୫୦୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଭଗବାନ ରାମ ଗର୍ଭଗୃହରେ ବିରାଜମାନ କରିଛନ୍ତି । ମନ୍ଦିର ଗର୍ଭଗୃହ ଏପରି ଭାବରେ ତିଆରି କରାଯାଇଛି, ଯେପରି ରାମନବମୀ ଦିନ ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟଙ୍କ କିରଣ ପଡ଼ିବ । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର୍‌ ତିଆରି ହୋଇସାରିଥିବା ବେଳେ ବର୍ତ୍ତମାନ ପ୍ରଥମ ମହଲା ତିଆରି ଚାଲିଛି ଏବଂ ଶିଖର କାମ ବାକି ଅଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କହିବା ହେଲା, ଯେତେବେଳେ ମନ୍ଦିର ସମ୍ପୂର୍ଣ୍ଣ ହେବ ଏବଂ ଶିଖର ତିଆରି ସରିବ, ସେତେବେଳେ ଶିଖର ଉପରେ ଏକ ଡିଭାଇସ୍‌ ଲଗାଯିବ ଏବଂ ପ୍ରତ୍ୟେକ ରାମନବମୀରେ ଭଗବାନ ରାମଙ୍କ ସୂର୍ଯ୍ୟ ତିଳକ ହେବ । କିନ୍ତୁ ଏଥିପାଇଁ ଭକ୍ତମାନଙ୍କୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ।

ତେଣୁ ଚେଷ୍ଟା କରାଯାଉଛି କି, ଏହି ରାମନବମୀରେ ସୂର୍ଯ୍ୟ ତିଳକ ହୋଇଯାଉ । ଏବେ ଶିଖର ତିଆରି ହୋଇନାହିଁ । ମନ୍ଦିରର ପ୍ରଥମ ମହଲାରେ ଏହି ଡିଭାଇସ୍‌ ରଖାଯାଇଛି । ରାମନବମୀରେ ଭଗବାନ ରାମଙ୍କ ମସ୍ତକ ଉପରେ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ ତିଳକ କରିବାକୁ ପ୍ରସ୍ତୁତି ଚାଲିଛି । ରୁର୍‌କୀର ବୈଜ୍ଞାନିକ ଏହି କାମରେ ଲାଗିଛନ୍ତି । ଟ୍ରଷ୍ଟ୍‍ କହିଛି ଯେ ଏବେ ଟ୍ରାଏଲ ଚାଲିଛି । ରାମନବମୀରେ ଭଗବାନ ରାମଙ୍କ ସୂର୍ଯ୍ୟ ତିଳକ ହେବା ନେଇ ଆଶା କରାଯାଉଛି ।

କହି ରଖୁଛୁ, ଅଯୋଧ୍ୟା ରାମ ମନ୍ଦିରରେ ରାମନବମୀ ଅବସରରେ ୨୦ ଘଣ୍ଟା ଧରି ଦର୍ଶନ ସୁବିଧା ମିଳିବ । ଏହି ବ୍ୟବସ୍ଥା ଏପ୍ରିଲ ୧୫ରୁ ୧୭ ପର୍ଯ୍ୟନ୍ତ ରହିବ । ସହରର ୧୦୦ଟି ସ୍ଥାନରେ ଏଲ୍‌ଇଡି ସ୍କ୍ରିନ୍‌ରେ ରାମନବମୀର ସିଧାପ୍ରସାରଣ କରାଯିବ । ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ ଫୋନ, ଜୋତା, ଚପଲ ଓ ଜିନିଷପତ୍ର ରଖି ମନ୍ଦିର ଆସିବାକୁ ପରାମର୍ଶ ଦିଆଯାଇଛି । ରାମ ଜନ୍ମଭୂମି ପଥରୁ ମନ୍ଦିର ପରିସର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ । ପ୍ରସାଦ ସହିତ ଓଆର୍‌ଏସ୍‌ ଘୋଳ ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.