ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍) : ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ସମୀକ୍ଷା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନଙ୍କ ଏକ ୬ ଜଣିଆ ଟିମ୍‌ । ନିର୍ବାଚନ କମିଶନର ଅଶୋକ ଲାଭାସା ଟିମ୍‌ର ନେତୃତ୍ୱ ନେଉଛନ୍ତି । ଦୁଇ ଦିନିଆ ଗସ୍ତରେ ବିଭିନ୍ନ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବେ । ଆଜି ବିଭିନ୍ନ ରାଜନୈତିକ ଦଳ ସହ ଟିମ୍‌ ପୃଥକ ପୃଥକ ଆଲୋଚନା କରିବେ । ସେହିପରି ଜିଲ୍ଲା ନିର୍ବାଚନ ଅଧିକାରୀ, ଆରଡିସି, ପୋଲିସ ଆଇଜି ଓ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ନିର୍ବାଚନୀ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ । ଆସନ୍ତାକାଲି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଏବଂ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.