Below header

ଲୋୟର ଇନ୍ଦ୍ରଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବି , ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ନୂଆପଡ଼ା (କେନ୍ୟୁଜ୍) : ଲୋୟର ଇନ୍ଦ୍ରଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା। ବିସ୍ଥାପିତ ସହାୟତା ସମିତି ପକ୍ଷରୁ ପ୍ରକଳ୍ପର ଖଡ଼ିଆଳ ମୁଖ୍ୟଯନ୍ତ୍ରୀଙ୍କ କାର‌୍ୟ୍ୟାଳୟ ଆଗରେ ଶହଶହ ବିସ୍ଥାପିତ ଲୋକ ଧାରଣା ଦେଇଛନ୍ତି। ଏଥିରେ ପ୍ରାୟ ୩୦ଟି ଗାଁର ଲୋକ ଧାରଣାରେ ବସିଛନ୍ତି। ୨୦୦୦ମସିହାରେ ନୂଆପଡ଼ା ତିଖାଲିରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏଥିରେ ୧୦ଟି ଗାଁ ସମ୍ପୂର୍ଣ୍ଣ ଓ ୨୦ଟି ଗାଁ ଆଂଶିକ ଭାବେ ଜଳମଗ୍ନ ହୋଇଛି। ହେଲେ ଦୀର୍ଘ ୧୯ବର୍ଷ ବିତି ଯାଇଥିଲେ ସୁଦ୍ଧା ବିସ୍ଥାପିତ ଲୋକମାନେ ସଂପୂର୍ଣ୍ଣ କ୍ଷତିପୂରଣ ପାଇନାହାନ୍ତି। ଏନେଇ ବିସ୍ଥାପିତ ଲୋକମାନେ ବାରମ୍ବାର ଗୁହାରୀ କରିଆସୁଥଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଧାରଣାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.