ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ପାଇବେ ବିଏସକେୱାଇରେ ତୁରନ୍ତ କ୍ଯାସଲେସ ଚିକିତ୍ସା ସୁବିଧା

ରାଜ୍ଯ ସରକାର ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଉପବଲ୍ଭ କରାଇଛନ୍ତି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା (ବିଏସକେୱାଇ)।

କେନ୍ୟୁଜ (ବ୍ୟୁରୋ): ରାଜ୍ଯ ସରକାର ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଉପବଲ୍ଭ କରାଇଛନ୍ତି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା (ବିଏସକେୱାଇ)। ଏଥିପାଇଁ ବିଏସକେୱାଇ ଅଧୀନରେ ପ୍ଯାନେଲଭୁକ୍ତ ହୋଇଥିବା ରାଜ୍ଯର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ରାଜ୍ଯ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଚିଠି ହୋଇଛି।

୨୦୨୪ ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଯଦି କେହି ଅଂଶୁଘାତରେ ଅସୁସ୍ଥ ହୁଅନ୍ତି, ସେମାନଙ୍କୁ ତୁରନ୍ତ କ୍ଯାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିପାଇଁ ନିର୍ବାଚନକାଳୀନ ଡ୍ଯୁଟି ସଂକ୍ରାନ୍ତ ନିଯୁକ୍ତି ପତ୍ର ଦାଖଲ କରିବାକୁ ହେବ ।

ନିଯୁକ୍ତି ପତ୍ର ଦାଖଲ ପରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ଅଧୀନରେ ପ୍ଯାନେଲଭୁକ୍ତ ହୋଇଥିବା ରାଜ୍ଯର ସମସ୍ତ ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ ।

You might also like