‘ଇସ୍ରାଏଲ୍ ଓ ଇରାନ୍ ଯାତ୍ରାରୁ ଦୂରେଇ ରୁହନ୍ତୁ ଭାରତୀୟ’, ମଧ୍ୟ-ପୂର୍ବରେ ଉତ୍ତେଜନା ଭିତରେ କେନ୍ଦ୍ରର ଆଡ୍ଭାଇଜରୀ
ବୈଦେଶିକ ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲ ପାଇଁ ଟ୍ରାଭେଲ ଆଡ୍ଭାଇଜରୀ ଜାରି କରିଛି । ଆଗାମୀ ସୂଚନା ଯାଏ ଇରାନ୍ କିମ୍ବା ଇସ୍ରାଏଲ ଯାତ୍ରା ନ କରିବାକୁ ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦେଇଛି ମନ୍ତ୍ରଣାଳୟ ।

ବୈଦେଶିକ ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲ ପାଇଁ ଟ୍ରାଭେଲ ଆଡ୍ଭାଇଜରୀ ଜାରି କରିଛି । ଆଗାମୀ ସୂଚନା ଯାଏ ଇରାନ୍ କିମ୍ବା ଇସ୍ରାଏଲ ଯାତ୍ରା ନ କରିବାକୁ ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦେଇଛି ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ଅନୁରୋଧ କରିଛି ଯେ ସେମାନେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ନିଜର ରେଜିଷ୍ଟ୍ରେସନ କରାନ୍ତୁ ।
ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏ ନେଇ ବିଜ୍ଞପ୍ତି ଜାରି କରିଛି । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ଏବଂ ଇସ୍ରାଏଲ ଯାତ୍ରାଠାରୁ ଦୂରେଇ ରହିବାକୁ ଭାରତୀୟମାନଙ୍କୁ କୁହାଯାଇଛି । ତେବେ ଏହି ନିର୍ଦ୍ଦେଶାବଳୀ ସେହି ରିପୋର୍ଟ ଭିତରେ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି କି, ଇରାନ୍ ଆଗାମୀ ୪୮ ଘଣ୍ଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ।
ଯେଉଁ ଭାରତୀୟ ବର୍ତ୍ତମାନ ଇରାନ୍ ଓ ଇସ୍ରାଏଲରେ ରହୁଛନ୍ତି, ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ଏବଂ ନିଜର ରେଜିଷ୍ଟ୍ରେସନ କରାଇବାକୁ ମନ୍ତ୍ରଣାଳୟ ଅନୁରୋଧ କରିଛି । ଏହା କହିଛି ଯେ ଭାରତୀୟମାନେ ନିଜ ସୁରକ୍ଷାକୁ ନେଇ ଅତ୍ୟଧିକ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ନିଜର ଯିବାଆସିବାକୁ ସୀମିତ ରଖନ୍ତୁ ।
Travel advisory for Iran and Israel:https://t.co/OuHPVQfyVp pic.twitter.com/eDMRM771dC
— Randhir Jaiswal (@MEAIndia) April 12, 2024