ଡାଇବେଟିସ୍‌ ରୋଗୀ ତରଭୁଜ ଖାଇବା ଉଚିତ କି ? ଜାଣନ୍ତୁ ଏହାକୁ ଦିନରେ କେତେ ପରିମାଣ ଖାଇପାରିବେ

ଡାଇବେଟିସ୍‌ ରୋଗୀମାନେ ନିଜ ସୁଗାର ଲେବଲ ଠିକ୍‌ ରଖିବା ପାଇଁ ଖାଦ୍ୟାରେ ହେଲଦି ଜିନିଷ ସାମିଲ କରିବା ଉଚିତ । ସେଥିପାଇଁ ଖାଦ୍ୟରେ ଅଧିକରୁ ଅଧିକ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରି ସୁଗାର ଲେବଲ ନିୟନ୍ତ୍ରଣ କରାଯାଇପାରିବ । ଏପରି ପରିସ୍ଥିତିରେ ଏହି ଫଳଗୁଡିକ ଖାଇବା ଉଚିତ୍ କି ନାହିଁ ତାହା ଉପରେ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ସେହିପରି ଗୋଟିଏ ଫଳ ହେଉଛି ତରଭୁଜ ଯାହା ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ, ମିଠା ଏବଂ ରସଯୁକ୍ତ ହୋଇଥାଏ ।

ଆପଣମାନେ ତ ଜାଣିଥିବେ ଯେ ଡାଇବେଟିସ୍‌ ରୋଗୀମାନେ ସେମାନଙ୍କ ଖାଇବା ପ୍ରତି ଅଧିକ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ଖାଇବା ଏବଂ ପିଇବା କାରଣରୁ ସୁଗାର ଲେବଲ ଦ୍ରୁତ ଗତିରେ ବଢି ଯାଇଥାଏ । ତେବେ ସୁଗାର ଲେବଲ ଠିକ୍‌ ରଖିବା ପାଇଁ ଖାଦ୍ୟାରେ ହେଲଦି ଜିନିଷ ସାମିଲ କରିବା ଉଚିତ । ସେଥିପାଇଁ ଖାଦ୍ୟରେ ଅଧିକରୁ ଅଧିକ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରି ସୁଗାର ଲେବଲ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ଏପରି କିଛି ଫଳ ଅଛି ଯାହାର ଅଧିକ ପ୍ରାକୃତିକ ମଧୁରତା ରହିଥାଏ । ଏପରି ପରିସ୍ଥିତିରେ ଏହି ଫଳଗୁଡିକ ଖାଇବା ଉଚିତ୍ କି ନାହିଁ ତାହା ଉପରେ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ସେହିପରି ଗୋଟିଏ ଫଳ ହେଉଛି ତରଭୁଜ ଯାହା ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ, ମିଠା ଏବଂ ରସଯୁକ୍ତ ହୋଇଥାଏ । ତେବେ ତରଭୁଜ ଫାଇବର ଏବଂ ପାଣି ଫଳରେ ପରିପୂର୍ଣ୍ଣ, କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଡାଇବେଟିସ୍‌ ରୋଗୀ ଏହାକୁ ଖାଇ ପାରିବେ କି ? ତାହେଲେ ଆସନ୍ତୁ ଜାଣିବା ଯେ ଡାଇବେଟିସ୍‌ ରୋଗୀ ଦିନରେ କେତେ ତରଭୁଜ ଖାଇବା ଉଚିତ୍ ?

ଡାଇବେଟିସ୍‌ ରୋଗୀ ତରଭୁଜ ଖାଇବା ଉଚିତ କି ?
ତରଭୁଜ ହେଉଛି ଏକ ଏପରି ଫଳ ଯେଉଁଥିରେ ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି । ଜଣେ ଡାଇବେଟିସ୍‌ ରୋଗୀ ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ତରଭୁଜର ଗ୍ଲାଇସେମିକ୍ ଇଣ୍ଡେକ୍ସ ୭୦ ରୁ ୭୨ ମଧ୍ୟରେ ଥାଏ । ତରଭୁଜ ଏକ ପାଣିରେ ପରିପୂର୍ଣ୍ଣ ଫଳ ହୋଇଥିବାରୁ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମିଯାଏ । ଯଦି ଆପଣ ୧୨୦ ଗ୍ରାମ ତରଭୁଜ ଖାଆନ୍ତି, ତେବେ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ପ୍ରାୟ ୫ ରୁ ୬ ରହିଥାଏ । ତେଣୁ ଡାଇବେଟିସ୍‌ ରୋଗୀମାନେ ତରଭୁଜ ଖାଇପାରିବେ । କାରଣ ଏହା ପାଣି ଏବଂ ଫାଇବରରେ ପରିପୂର୍ଣ୍ଣ ଏକ ଫଳ ।

ଜାଣନ୍ତୁ ଡାଇବେଟିସ୍‌ ରୋଗୀ ଗୋଟିଏ ଦିନରେ କେତେ ତରଭୁଜ ଖାଇବା ଉଚିତ୍ ?
ଡାଇବେଟିସ୍‌ ରୋଗୀମାନେ ଗୋଟିଏ ସମୟରେ ପ୍ରାୟ ୧୦୦ ରୁ ୧୫୦ ଗ୍ରାମ ତରଭୁଜ ଖାଇପାରିବେ । ଗୋଟିଏ ଦିନରେ ଏହାଠାରୁ ଅଧିକ ପରିମାଣରେ ତରଭୁଜ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଡାଇବେଟିସ୍‌ ରୋଗୀମାନେ ତରଭୁଜ ରସ ପିଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ । କାରଣ ଏହାର ରସରେ ଫାଇବର ନାହିଁ । ଏହା ଡାଇବେଟିସ୍‌ ରୋଗୀଙ୍କ ସୁଗାର ଲେବଲକୁ ବଢାଇପାରେ ।

ତରଭୁଜ ଖାଇବାର ଲାଭ :
ଶରୀରକୁ ଗ୍ରୀଷ୍ମ ଋତୁରେ ହାଇଡ୍ରେଟ୍ ରଖିବା ପାଇଁ ତରଭୁଜ ଖାଆନ୍ତୁ । ତରଭୁଜ ଖାଇବା ସଙ୍ଗେ ସଙ୍ଗେ ପେଟକୁ ପୂର୍ଣ୍ଣ କରିଥାଏ ଏବଂ ଶରୀରରୁ ଜଳ ଅଭାବ ଦୂର କରିଥାଏ । ତରଭୁଜ ଖାଇବା ମଧ୍ୟ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । ତରଭୁଜ ହେଉଛି ଫାଇବରରେ ଭରପୂର ଫଳ ଯାହା ପେଟକୁ ସମ୍ପୂର୍ଣ୍ଣ ସୁସ୍ଥ ରଖେ । ତରଭୁଜ ହଜମ କରିବା ଅତି ସହଜ ହୋଇଥାଏ । ଏହା ଶରୀରକୁ ଭିଟାମିନ୍ C ଯୋଗାଇଥାଏ । ତରଭୁଜ ଗ୍ରୀଷ୍ମ ଋତୁ ପାଇଁ ଏକ ଭଲ ଫଳ ହୋଇଥାଏ । ଏହାକୁ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ । ଏହା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.