ଦାରିଙ୍ଗବାଡ଼ିରେ ମିଶ୍ରଣ ପର୍ବ, ବିଭିନ୍ନ ଦଳ ଛାଡି ବିଜେଡିରେ ମିଶିଲେ ଦେଢ଼ ଶହରୁ ଅଧିକ ଲୋକେ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ । ବିଭିନ୍ନ ଦଳ ଛାଡି ଶଂଖ ଫୁଙ୍କିଲେ ଦେଢ଼ ଶହରୁ ଅଧିକ ଲୋକ ।

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ । ବିଭିନ୍ନ ଦଳ ଛାଡି ଶଂଖ ଫୁଙ୍କିଲେ ଦେଢ଼ ଶହରୁ ଅଧିକ ଲୋକ । ଘୁ. ଉଦୟଗିରି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଆଜି ଦାରିଙ୍ଗବାଡ଼ିର ମିଶ୍ର କଲ୍ୟାଣ ମଣ୍ଡପରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ହୋଇଛି ।

ଏହି ଅବସରରେ କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡକ୍ଚର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ବିକାଶ ଯୋଜନାରେ ଅନୁପ୍ରାଣିତ ହୋଇ ଶତାଧିକ ପୁରୁଷ ଓ ମହିଳା ବିଜେଡିରେ ମିଶିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିଡିସିସି ଓଏଏଲ ଅଧ୍ୟକ୍ଷ ତଥା ବିଜେଡି କାର୍ଯ୍ୟକାରୀ ଅଧିକାରୀ ଦିଲୀପ ପ୍ରଧାନ , ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ଏବଂ ୧୦ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.