Below header

ଓଡ଼ିଶାବାସୀଙ୍କୁ ଝଟକା, ରାଜ୍ୟରେ ବଢ଼ିଲା ବିଦ୍ୟୁତ୍‌ ଦର

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଜି ଝଟକା ଦେଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (OERC)। ଏଣିକି ଆପଣଙ୍କୁ ବିଦ୍ୟୁତ ବିଲ୍‌ ବାବଦକୁ ଅଧିକ ଟଙ୍କା ଦେବାକୁ ପଡିବ। ୟୁନିଟ ପିଛା ୩୦ ପଇସା ବୃଦ୍ଧି ପାଇଛି। ଏପ୍ରିଲ ୪ରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଇଆର୍‌ସି ପକ୍ଷରୁ କୁହାଯାଇଛି। ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା କରାଯାଇଛି। ଗ୍ରୀଡକୋର ଆର୍ଥିକ ସଙ୍କଟ ଦୂର କରିବା ପାଇଁ OERC ଏଭଳି ନିଷ୍ପତ୍ତି ନେଉଥିବା ସୂଚନା ମିଳିଛି ।

ସୂଚନା ମୁତାବକ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ମଞ୍ଜୁରୀ ଦେଇଛନ୍ତି | ବିପିଏଲ ଓ ଜନସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ ଅପରିବର୍ତ୍ତିତ ରହିଛି | ସେହିପରି ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜକୁ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି | ତେବେ ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦିଆଯିବ | ଏହା ବାଦ ସମସ୍ତ ପ୍ରିପେଡ଼ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ | ଡିଜିଟାଲ ପେମେଣ୍ଟ କଲେ ମଧ୍ୟ ରିହାତି ପ୍ରଦାନ କରାଯିବ।

୬ ମାସ ପୂର୍ବରୁ ୟୁନିଟ ପିଛା ବଢ଼ିଥିଲା ୨୦ ପଇସା । ପୂର୍ବରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୨ଟଙ୍କା ୭୦ ପଇସା ରହିଥିବା ବେଳେ ଏହା ୩୦ ପଇସାକୁ ବୃଦ୍ଧି ହୋଇଛି। ୫୦ୟୁନିଟରୁ ୨ଶହ ୟୁନିଟ ପର୍ଯ୍ୟନ୍ତ ଦର ୪ଟଙ୍କା ୫୦ ପଇସା ରହିଥିବା ବେଳେ ଏହା ୪ଟଙ୍କା ୮୦ ପଇସା ହୋଇଛି। ୨ଶହ ୟୁନିଟରୁ ୪ଶହ ୟୁନିଟ ପର୍ଯ୍ୟନ୍ତ ୫ଟଙ୍କା ୮୦ ପଇସା ଓ ୪ଶହ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୬ଟଙ୍କା ୨୦ ପଇସା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.