ଜଳେଶ୍ୱର : ନାମ୍ଫୋ ଫାଣ୍ଡି ଅଧିକାରୀଙ୍କ ସମେତ ୪ ଗ୍ରାମରକ୍ଷୀ ନିଲମ୍ବିତ

ଜଳେଶ୍ୱର(କେନ୍ୟୁଜ୍‌) :  ଚାନ୍ଦା ଆଦାୟ ଅଭିଯୋଗରେ ଜଳେଶ୍ୱର ଅନ୍ତର୍ଗତ ନାମ୍ଫୋ ଅଧିକାରୀଙ୍କ ସମେତ ୪ ଜଣ ଗ୍ରାମରକ୍ଷୀ ନିଲମ୍ବିତ ହୋଇଛନ୍ତି । ଏମାନଙ୍କ ବିରୋଧରେ ଚାନ୍ଦା ଆଦାୟ ନେଇ ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗ୍ରାମରକ୍ଷୀଙ୍କ ସହାୟତାରେ ଫାଣ୍ଡି ଅଧିକାରୀ ଚାନ୍ଦା ଆଦାୟ କରୁଥିବା ନେଇ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା ।

କାର୍ଯ୍ୟାନୁଷ୍ଠାନସ୍ବରୂପ ଆଜି ବାଲେଶ୍ବର ଏସ୍‌ପି ଏହି ନିଲମ୍ବନ ଆଦେଶ ଦେଇଛନ୍ତି । ସେହିଭଳି କର୍ତ୍ତବ୍ଯରେ ଅବହେଳା ପାଇଁ ଜଳେଶ୍ବର ପୋଲିସ କୋର୍ଟ ର ସବ ଇନିସପେକ୍ଟର ତପସ୍ବିନୀ ମହାପାତ୍ର ଙ୍କୁ ମଧ୍ଯ ନିଲମ୍ବିତ କରିଛନ୍ତି ବାଲେଶ୍ବର ଏସ୍‌ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.