କେବେ କେବେ ଶରୀର ପାଇଁ କାନ୍ଦିବା ବି ହୋଇଥାଏ ଜରୁରୀ, ଶାରୀରିକ କଷ୍ଟ ଓ ମାନସିକ ଷ୍ଟ୍ରେସ୍‌ କରିଥାଏ ଦୂର

କଥାରେ ଅଛି ‘କ୍ରାଇଙ୍ଗ୍‌ ଇଜ୍‌ ଗୁଡ୍‌ ଫର ହେଲ୍ଧ’ ଅର୍ଥାତ ବେଳେ ବେଳେ କାନ୍ଦିବା ଶରୀର ପାଇଁ ହିତକର ହୋଇଥାଏ । ଅଧିକାଂଶ ବ୍ୟକ୍ତି କାନ୍ଦିବାକୁ ପସନ୍ଦ କରୁନଥିବାରୁ ନିଜ ଭିତରେ ନିଜର ଦୁଃଖକୁ ଚାପି ଦେଇଥାନ୍ତି । ଏହି ସବୁ ବ୍ୟକ୍ତି ନିଜର ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରିପାରି ନଥାନ୍ତି । ହେଲେ ଏହା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇଥାଏ । ବିଜ୍ଞାନ ମଧ୍ୟ କାନ୍ଦିବାକୁ ଶରୀର ପାଇଁ ଲାଭକାରୀ ବୋଲି କହିଛି । ମନ ଖୋଲା ହସିବା ଯେପରି ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ । ସେହିପରି ମନ ଖୋଲି କାନ୍ଦିବା ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।

କାନ୍ଦିବା ୩ ପ୍ରକାର ହୋଇଥାଏ

ରିଫ୍ଲେକ୍ସ( Reflex) ଲୁହ ସେତେବେଳେ ଆସିଥାଏ ଯେତେବେଳେ ଆଖିରେ କିଛି ଧୂଳି ପଡ଼ିଯାଇଥାଏ । ଦ୍ୱତୀୟ ଲୁହ ହେଲା ବୁନିଆଦ(Basal) ଲୁହ ଯାହା ୯୮ ପ୍ରତିଶତ ପାଣି । ଏହା ଆଖିକୁ ଲୁବ୍ରିକେଟ୍‌ କରିଥାଏ । ମାତ୍ର ତୃତୀୟ ଲୁହ ହେଲା ଭାବନାତ୍ମକ( emotional) ଲୁହ । ଯେଉଁଥିରେ ଷ୍ଟ୍ରେସ୍‌ ହରମୋନ୍‌ ଓ ଟକ୍ସିନ ମାତ୍ରା ସବୁଠୁ ଅଧିକ ଥାଏ । ଏହି ସବୁ ଲୁହ ଆକାରରେ ବାହାରି ଯିବା ନିହାତି ଜରୁରୀ ହୋଇଥାଏ । ମନୁଷ୍ୟ ଏକମାତ୍ର ଜୀବ ଯିଏକି କାନ୍ଦିପାରେ । କାନ୍ଦିବା ମନୁଷ୍ୟ ପାଇଁ ବେଳେ ବେଳେ ବହୁତ ଜରୁରୀ ହୋଇଥାଏ ।

crying
photo credit: power of positivity

କାନ୍ଦିବା ଦ୍ୱାରା ମିଳିଥାଏ ଏପରି ଫାଇଦା

୧. କାନ୍ଦିବା ଦ୍ୱାରା ଆରାମ ମିଳିଥାଏ :  ଯଦି ଆପଣ ମନ ଭରି କାନ୍ଦନ୍ତି ତେବେ ମନ ଖୁବ୍‌ ହାଲ୍‌କା ଲାଗିଥାଏ । ମେଡିକାଲ ତଥ୍ୟ କୁହେ ଏକ ଗବେଷଣା ଅନୁଯାୟୀ ଯଦି ଆପଣ କିଛି କଥାକୁ ନେଇ ଅସୁବିଧାରେ ଅଛନ୍ତି ତେବେ ମନ ଭରି କାନ୍ଦି ଦିଅନ୍ତୁ । ଆପଣଙ୍କ ଷ୍ଟ୍ରେସ କମ୍‌ ହେବା ସହ ଶାନ୍ତି ଅନୁଭବ କରିବେ । କାନ୍ଦିବା ପରେ ଆପଣ ଠିକ୍‌ ନିର୍ଣ୍ଣୟ ମଧ୍ୟ ନେଇ ପାରିବେ ।

୨. କଷ୍ଟରୁ ମିଳିଥାଏ ଆରାମ : କାନ୍ଦିବା ଦ୍ୱାରା ଶରୀରରେ ଅକ୍ସିଟାକ୍ସିନ ଓ ଇଣ୍ଡୋରଫିର କେମିକାଲ ବାହରିଥାଏ । ଯାହାକି ଆପଣଙ୍କ ମୁଡ୍‌କୁ ଠିକ୍‌ ରଖିବା ସହ ଶାରୀରିକ ଓ ମାନସିକ କଷ୍ଟ ଲାଘବ କରିଥାଏ ।

୩. ଫିଲ୍‌ ଗୁଡ୍‌ କେମିକାଲ କରିଥାଏ ରିଲିଜ୍‌ :  ଯେତେବେଳେ ଆପଣ ମନଖୋଲି କାନ୍ଦନ୍ତି ଶରୀରରୁ ଅକ୍ସିଟାକ୍ସିନ ଓ ଇଣ୍ଡୋରଫିର କେମିକାଲ ରିଲିଜ ହୋଇଥାଏ । ଫଳରେ ଆପଣ ଧିରେ ଧିରେ ହାଲ୍‌କା ଅନୁଭବ କରିଥାନ୍ତି ।

୪. ଶରୀରରୁ ଟକ୍ସିନ ବାହାର କରିଥାଏ : ଯଦି କୌଣସି ଦୁଃଖ କାରଣରୁ ମନୁଷ୍ୟ କାନ୍ଦିଥାଏ ତେବେ ତା’ ଦେହରୁ ଲୁହ ମାଧ୍ୟମରେ ଟକ୍ସିନ ଧିରେ ଧିରେ ବାହାରି ଯାଇଥାଏ । ଏହି ଲୁହ କେତେ ପ୍ରକାର ଗୁଡ଼ ହରମୋନ ରିଲିଜ କରିଥାଏ । ଯାହାକି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ।

୫. ଆସିଥାଏ ଭଲ ନିଦ :  ୨୦୧୫ରେ ଏକ ଗବେଷଣାରୁ ଜଣାପଡ଼ିଛି ଯେତେବେଳେ ଶିଶୁଟି କାନ୍ଦିଥାଏ ତୁରନ୍ତ ଏହା ପରେ ତାକୁ ନିଦ ଆସିଥାଏ । ଏହା ବୟସ୍କ ଲୋକଙ୍କ ଠାରେ ମଧ୍ୟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.