Below header

ଓଜନ କମାଇବାକୁ ଫଲୋ କରନ୍ତୁ କାକୁଡ଼ି ଡାଏଟ୍‌ ପ୍ଲାନ୍‌, ୧୫ ଦିନରେ କମିବ ୭ କେଜି ଓଜନ

ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଏହି କାରଣରୁ ଓଜନ କଣ୍ଟ୍ରୋଲ କରିବାକୁ ଏକ ଟାସ୍କ ଭାବେ ନିଆଯାଏ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ ଖରାପ ଲାଇଫ୍‌ଷ୍ଟାଇଲ, ଭୁଲ ଖାଦ୍ୟପେୟ ଓ ବିଷାଦଗ୍ରସ୍ତ ଜୀବନ ବଞ୍ଚୁଛନ୍ତି। ଫଳରେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁ-ପ୍ରଭାବ ପଡ଼ୁଛି। ଏହି କାରଣରୁ ଅନେକ ରୋଗ ବି ହେଉଛି।

ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ କୁକୁମ୍ବର ଡାଏଟ୍‌ ପ୍ଲାନ୍‌ ବା କାକୁଡ଼ି ଡାଏଟ୍‌ ଫଲୋ କରି ଓଜନ କମାଇ ହେବ। କାକୁଡ଼ି ଡାଏଟ୍‌ ପ୍ଲାନ୍‌ ଫଲୋ କରି ମାତ୍ର ୭ ରୁ ୧୪ ଦିନ ମଧ୍ୟରେ ୭ କେଜି ଓଜନ କମାଇ ହେବ। ଏହି ଡାଏଟ୍‌ରେ କାକୁଡ଼ି ସବୁଠୁ ଅଧିକ ଜରୁରୀ। ଏଥିସହ ଫଳ, ପରିବା ଓ ପ୍ରୋଟିନ୍‌ଯୁକ୍ତ ଜିନିଷ ଯଥା- ଅଣ୍ଡା, ଚିକେନ୍‌ ଓ ମାଛ ଖାଇବାକୁ ପରାମର୍ଶ ଦିଆଯାଏ।

ଏହି ଡାଏଟ୍‌ ପ୍ଲାନ୍‌ ମୁତାବକ ଭୋକ ଲାଗିଲେ ଅଧିକରୁ ଅଧିକ କାକୁଡ଼ି ଖାଇବା ଲାଭଦାୟକ ହୋଇଥାଏ। ଏଥିରେ କମ୍‌ କ୍ୟାଲୋରୀ ଥାଏ। ଏହା ଖାଇବା ଦ୍ୱାରା ଓଜନ ବଢ଼ିବା ଆଶଙ୍କା କମ୍‌ ଥାଏ। ଓଜନ କମ୍‌ କରିବାକୁ ଚାହୁଁଥିଲେ ଦିନକୁ ୮୦୦ କ୍ୟାଲୋରୀ କାକୁଡ଼ି ଖାଆନ୍ତୁ। ତେବେ ଏହି ଡାଏଟ୍‌ ପ୍ଲାନ୍‌ ଫଲୋ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.