ନଡ଼ିଆ ତେଲ ଲଗାଇଲେ ଦୂର ହୋଇଯାଇଥାଏ ରୂପି, ଜାଣନ୍ତୁ ଏମିତି ହିଁ ୫ଟି ପ୍ରଭାବଶାଳୀ ଘରୋଇ ଉପାୟ

ମୁଣ୍ଡରେ ରୂପି ହେବା ଏକ ସାଧାରଣ ସମସ୍ୟା। କିନ୍ତୁ ଯଦି ଏହାକୁ ରୋକା ନ ଯାଏ, ତା’ହେଲେ ଏହା ଆପଣଙ୍କ କେଶ ସହିତ ସ୍କିନ୍‌କୁ ବି ବହୁତ କ୍ଷତି ପହଞ୍ଚାଇ ପାରେ। କେଶରେ ରୂପି ହେବା କାରଣରୁ ଚେହେରାରେ ବ୍ରଣ ସମସ୍ୟା ବି ବଢ଼ିଯାଇଥାଏ। ଆଜି ଆମେ ଆପଣଙ୍କୁ ରୂପି ହଟାଇବାର ୫ଟି ପ୍ରାକୃତିକ ଉପାୟ ବିଷୟରେ କହିବୁ।

ଟି ଟ୍ରି ଅଏଲ୍‌ ଟ୍ରାଏ କରନ୍ତୁ

ଏଥିରେ ଆଣ୍ଟି ମାଇକ୍ରୋବିୟଲ ଏବଂ ଆଣ୍ଟି ଇନ୍‌ଫ୍ଲେମଟରୀ ଗୁଣ ଭରପୂର ରହିଛି, ଯାହାକି ରୂପି ଲକ୍ଷଣକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଟି ଟ୍ରି ଅଏଲ୍‌ ବ୍ୟବହାର କଲେ କେଶ ମୂଳ କୁଣ୍ଡାଇ ହେବା ବନ୍ଦ ହୋଇଯାଇଥାଏ।

ନଡ଼ିଆ ତେଲ

ନଡ଼ିଆ ତେଲ ତ୍ୱଚା ଏବଂ କେଶର ରୁକ୍ଷପଣକୁ ରୋକିବାରେ ସାହାଯ୍ୟ କରିଥାଏ। ନଡ଼ିଆ ତେଲ ରୂପି ସମସ୍ୟାକୁ ମୂଳରୁ ହଟାଇ କେଶକୁ ସୁସ୍ଥ ଏବଂ ନରମ ରଖିଥାଏ।

ଏଲୋଭରା

ଏଲୋଭରା ଏମିତି ଏକ ରାମବାଣ ଲୋଶନ, ଯାହାକୁ ବ୍ୟବହାର କରାଯାଇ କେଶ ଏବଂ ତ୍ୱଚାକୁ ସୁସ୍ଥ ରଖାଯାଇପାରିବ। ଏଲୋଭରାକୁ ଟି ଟ୍ରି ଅଏଲ୍‌ ସହିତ ମିଶାଇ ଲଗାଇବା ଦ୍ୱାରା ରୂପି ଦୂର ହୋଇଯାଇଥାଏ।

ଆପଲ ସାଇଡର ଭିନେଗାର

ଆପଲ ସାଇଡର ଭିନେଗାର ଅର୍ଥାତ୍‌ ସେଓ ସିରକା କେଶରୁ ରୂପି ଦୂର କରିବାରେ ସାହାଯ୍ୟ କରିଥାଏ। ଏଥି ସହିତ କେଶକୁ ମଜଭୁତ ଏବଂ ଚମକପ୍ରଦ ମଧ୍ୟ କରିଥାଏ। ସିରକାର ଅମ୍ଳତା ରୂପି ସମସ୍ୟାରୁ ଛୁଟକାରା ଦେଇଥାଏ।

ଦହି

ରୂପି ସମସ୍ୟା ଥିଲେ ଆପଣ ଦହି ବ୍ୟବହାର କରିପାରିବେ। ଏହା ରୂପି ଦୂର କରିବା ସହିତ କେଶକୁ ପୋଷଣ ପ୍ରଦାନ କରିଥାଏ। ୧ କପ୍‌ ଦହିରେ ୧ ଚାମଚ ବେକିଂ ସୋଡା ମିଶାନ୍ତୁ। ଏହି ପ୍ୟାକ୍‌କୁ କେଶ ମୂଳରେ ଲଗାନ୍ତୁ। କିଛି ଦିନ ଭିତରେ ଆପଣ ଫରକ୍‌ ଅନୁଭବ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.