ହୋଲିକା ଦହନ ଦିନ ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ସାରା ବର୍ଷ ଲାଗି ରହିବ ଆର୍ଥିକ ସଙ୍କଟ

ହିନ୍ଦୁ ଧର୍ମରେ ହୋଲିର ବିଶେଷ ମହତ୍ତ୍ୱ ରହିଛି। ହୋଲି ଉତ୍ସବ ଦୁଇ ଦିନ ପାଳିତ ହୁଏ। ପ୍ରଥମଟି ଦୋଳ ଓ ଦ୍ୱିତୀୟ ଦିନ ହେଉଛି ହୋଲି। ଚଳିତବର୍ଷ ୨୮ ମାର୍ଚ୍ଚ ୨୦୨୧ରେ ଦୋଳ ବା ହୋଲିକା ଦହନ ପର୍ବ ଓ ୨୯ରେ ହୋଲି ପାଳନ କରାଯିବ।

ଧାର୍ମିକ କଥା ଅନୁସାରେ, ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କୁ ଅଗ୍ନିରେ ନ ଜଳିବାକୁ ବରଦାନ ମିଳିଥିଲା। ସେ ନିଜ ଅହଂକାରୀ ଭାଇର କହିବାନୁସାରେ, ପ୍ରହ୍ଲାଦକୁ କୋଳରେ ବସାଇ ଅଗ୍ନି ଉପରେ ବସିଥିଲା। କିନ୍ତୁ ଭଗବାନ ବିଷ୍ଣୁଙ୍କ କୃପାରୁ ପ୍ରହ୍ଲାଦର ଜୀବନ ବଞ୍ଚିଯାଇଥିଲା ଓ ହୋଲିକା ନିଆଁରେ ଜଳି ଭସ୍ମ ହୋଇଯାଇଥିଲା।

ତେବେ ଜ୍ୟୋତିଷ ଶାସ୍ତ୍ରରେ ଏହି ପବିତ୍ର ଦିନ କେତେକ କାମ କରିବାକୁ ବାରଣ କରାଯାଇଛି। ଏସବୁ କାମ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପାରେ। ଆସନ୍ତୁ ଜାଣିବା ହୋଲିକା ଦହନ ବା ଦୋଳ ଦିନ କେଉଁ କାମ କରିବା ମନା…

  • ହୋଲିକା ଦହନ ଦିନ କାହାଠାରୁ ଟଙ୍କା ଧାର ମାଗନ୍ତୁ ନାହିଁ। ଏହା ଦ୍ୱାରା ବର୍ଷ ସାରା ଅର୍ଥ ଅଭାବ ଦେଖାଦେଇପାରେ।
  • ଏହି ଦିନ କାହାକୁ ଅପମାନିତ କରନ୍ତୁ ନାହିଁ। ଏହା ଦ୍ୱାରା ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିପାରେ।
  • ହୋଲିକା ଦହନ ଦିନ ବ୍ୟକ୍ତିକୁ ପରିବାର ସହ ଗହମ ଓ ଗୁଡ଼ରେ ତିଆରି ରୁଟି ଖାଇବା ଉଚିତ। ଏହା ଦ୍ୱାରା ଉନ୍ନତି ହୁଏ।
  • ଏହି ଦିନ ଧଳା ଜିନିଷ ଯଥା-କ୍ଷୀର, ଦହି, ଚାଉଳ ଆଦି ସେବନ କରିବା ଅନୁଚିତ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.