ଭୁବନେଶ୍ବରରେ ବିଷ ବି ଡିଲ୍, ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ସାପ ବିଷ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ସାପ ବିଷ ରାକେଟର ପର୍ଦ୍ଦାଫାସ। ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ସାପ ବିଷ। ଗ୍ରାହକ ସାଜି ସାପ ବିଷ ସ୍ମଗଲର୍‌ଙ୍କୁ ଧରିଲା ବନବିଭାଗ। ସହିଦନଗର ଅଞ୍ଚଳରୁ ସାପ ବିଷ ବିକ୍ରି ପାଇଁ ଅପେକ୍ଷା କରିଥିବା ୬ ସ୍ମଗଲରଙ୍କୁ ଗିରଫ କରାଯାଇଛି। ଦୁଇଦିନ ଧରି ଏମାନଙ୍କୁ ପିଛା କରୁଥିଲା ବନବିଭାଗ।

ସାପ ବିଷ ବିକ୍ରି ପାଇଁ ଗ୍ରାହକ ବେଶରେ ବନବିଭାଗ କର୍ମଚାରୀଙ୍କ ସହ ୧୦ଲକ୍ଷ ଟଙ୍କାର ଡିଲ କରିଥିଲେ। ୪ଜଣିଆ ଟିମ୍‌ ୨ଟି ଜାଗାରେ ଚଢଉ କରିଥିଲା। ଶେଷରେ ସେମାନଙ୍କୁ ଠାରୁ ଦୁଇ ବୋତଲ ସାପ ବିଷ ସହ ୬ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଆଉ ଜଣେ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.