ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଦୁଇ ଭାଇ

କେନ୍ଦୁଝର (କେନ୍ୟୁଜ୍): ହାତୀ ଘଉଡାଇବାକୁ ଯାଇ ଦୁଇ ଭାଇ ଗୁରୁତର। ଘଟଣାଟି ଘଟିଛି କେନ୍ଦୁଝର ଘଟଗାଁ ବ୍ଲକ ବିନିଦା ଗାଁରେ । କେନ୍ଦୁଝର ଜିଲ୍ଲାରେ ଗତ କିଛି ଦିନ ଧରି ଆତଙ୍କ ଚଳାଇଛନ୍ତି ହାତୀ ପଲ। ଗାଁର ଦୁଇ ଭାଇ ମୁକୁନ୍ଦ ଜୁଆଙ୍କ ଓ କେଦାର ଜୁଆଙ୍ଗ ହାତୀ ଘଉଡାଇବା ପାଇଁ ଯାଇଥିଲେ। ହେଲେ ସେଠାରେ ପୂର୍ବରୁ ଖଞ୍ଜା ଯାଇଥିବା କୌଣସି ବିସ୍ଫୋରକ ସାମଗ୍ରୀରେ ଗୋଡ ପଡିଯିବାରୁ ଆହତ ହୋଇଥିଲେ। କେଦାରଙ୍କ ଗୋଡ କଟିଯାଇଥିବାବେଳେ ମୁକୁନ୍ଦଙ୍କ ମୁଣ୍ଡରେ ଆଘାତ ଲାଗିଛି।

elephant attack ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କେଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲରେ ସ୍ଥାନାନ୍ତର କରାଯାଇଛି। ତେବେ ଧାନ ଫସଲକୁ ଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଏହି ବିସ୍ଫୋରକ ରଖା ଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.