ପୁଣି ଗଜରାଜ ମୃତ,ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ

କଟକ (କେନ୍ୟୁଜ୍): ପୁଣି ହାତୀର ମୃତ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ ହୋଇଛି। କଟକ ବନଖଣ୍ଡ ହଳଦୀବସନ୍ତ ଠାରେ ଅସୁସ୍ଥ ହୋଇ ପଡିଥିବା ହାତୀର ଆଜି ସକାଳେ ମୃତ୍ୟୁ ହୋଇଛି। ହାତୀଟି ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଖବର ପାଇ ଚୌଦ୍ୱାର ପ୍ରାଣୀ ଚିକିତ୍ସକ ଅନ୍ତର୍ଯ୍ୟାମୀ ଖୁଣ୍ଟିଆ ଓ ତାଙ୍କ ଟିମ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ । ତେବେ ହାତୀର ଅବସ୍ଥା ନସୁଧୁରିବାରୁ ଭୁବନେଶ୍ୱର ଓୟୁଏଟି ପ୍ରାଣୀ ଚିକିତ୍ସକ ପହଂଚି ଚିକିତ୍ସା କରିଥିଲେ । ହାତୀର ପାଟିରେ ବଡ କ୍ଷତ ସୃଷ୍ଟି ହୋଇଥିଲା। ଗତ ୧୫ ଦିନ ତଳେ ଦନ୍ତା ହାତୀଟିକୁ ଅନ୍ୟ ଏକ ହାତୀ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲା।

Leave A Reply

Your email address will not be published.