ପୁଣି ଗଲା ଆଉ ଏକ ହାତୀ ଛୁଆର ଜୀବନ, କୋବାଲଡିସିସ ରୋଗରେ ଥିଲା ପିଡୀତ

ସମ୍ବଲପୁର(କେନ୍ଯୁଜ୍): ପୁଣି ସମ୍ବଲପୁର ଜ଼ୀଲ୍ଲାର ଧମା ରେଞ୍ଜ ତବଲୋଇ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଶାବକର ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ ହାତୀଟି ଅଢେଇ ବର୍ଷରୁ ୩ବର୍ଷ ମଧ୍ୟରେ ହେବ। କିଛି ଦିନ ପୂର୍ବରୁ ଏହି ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ହାତୀଟିର ପାଟିରୁ ଅନ୍ତନଳୀ ପର୍ଯ୍ୟନ୍ତ ପକୋରା ଥିବା ଜଣାପଡିଛି, ଯାହାକୁ କୋବାଲଡିସିସ ରୋଗ କୁହାଯାଏ। ଏହି କାରଣରୁ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏନେଇ ପ୍ରଶ୍ନ ଉଠୁଛି ବନ ବିଭାଗର କର୍ମଚାରୀମାନେ ହାତୀଟି ଅସୁସ୍ଥ ଅଛି ଜାଣି ମଧ୍ଯ କାହିଁକି ହାତୀଟିର ଚିକିତ୍ସା କଲେନି। ଗତ ୧୦ତାରିଖରେ ବନ କର୍ମଚାରୀମାନେ ଏହାର ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ । ହେଲେ ଚିକିତ୍ସା କରିନଥିଲେ । ଯଦି ସଠିକ ସମୟରେ ହାତୀଟିର ଚିକିତ୍ସା ହୋଇଥାନ୍ତା ହୁଏତ ହାତୀ ଶାବକଟି ବଂଚି ପାରିଥାନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.